ମଙ୍ଗଳା ମନ୍ଦିର ଉଛେଦ ବେଳେ ମାତିଲେ କାଳେସୀ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ମଙ୍ଗଳା ମନ୍ଦିର ଉଚ୍ଛେଦ କରିବାକୁ ଯାଇଥିଲେ ପ୍ରଶାସନ ଓ ପୁଲିସ । ହେଲେ କାଳିସୀ ମାତିଲେ । ଫଳରେ ପ୍ରଶାସନକୁ ବହୁ ସମୟ ଧରି ହଟହଟା ହେବାକୁ ପଡିଥିଲା । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଧିନସ୍ଥ କାଣ୍ଡସର ଗାଁରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗ୍ରାମର ପ୍ଲଟ ନମ୍ବର ୬୨୫୩ କୁ ରାମଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି କ୍ରୟ କରିଥିଲେ । ଏହି ଜାଗାକୁ ଲାଗି ଜାତୀୟ ରାଜପଥ ଓ ପଞ୍ଚାୟତ ରାସ୍ତା ଅଛି । କିନ୍ତୁ ଯାହାକୁ କିଛି ଲୋକ ଅବରୋଧ କରି ରଖିଥିବା ଦର୍ଶାଇ ସେ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲେ । ସେହି ଜାଗାରେ ପଞ୍ଚାୟତ ରାସ୍ତାକୁ ଲାଗି ମଙ୍ଗଳା ମନ୍ଦିର ଓ ଭୋଗ ଘର ଥିବା ଦର୍ଶାଇ ଏହାକୁ ସମସ୍ତ ପଞ୍ଚାୟତ ବାସୀ ବିରୋଧ କରିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଆଜି ବଅଁରପାଳ ତହସିଲଦାର ଓ ଆଡିସିନାଲ ତହସିଲଦାର , ଅନୁଗୁଳ ଏସଡ଼ିପିଓ , ନାଲକୋ ଥାନା ଅଧିକାରୀ , ସଦର ଥାନା ଅଧିକାରୀ ଓ ଦୁଇ ପ୍ଲାଟୁନ ଫୋର୍ସ ଆସି ଉକ୍ତ ମଙ୍ଗଳା ମନ୍ଦିର ଓ ଭୋଗ ଘରକୁ ଉଛେଦ କରିବେ ବୋଲି ଆସିଥିଲେ । କିନ୍ତୁ ଏହି ଉଚ୍ଛେଦ ବେଳେ କିଛି ଭକ୍ତ ଅଭିନବ ପ୍ରତିବାଦ କରିବା ଦେଖିବାକୁ ମିଳିଥିଲା । ପ୍ରଶାସନ ଜବରଦଖଲ ଉଚ୍ଛେଦ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଣେ ପୁରୁଷ ଓ ଦୁଇଜଣ ମହିଳା କାଳିସୀ ମାତିଥିଲେ । ଢୋଲ ଓ ଘଣ୍ଟ ବଜାଇ ଏଭଳି କାଳିସୀ ମାତିବା ସହ ଶତାଧିକ ଅଞ୍ଚଳବାସୀ ବିରୋଧ କରିବାରୁ ଜିଲ୍ଲା ପ୍ରଶାସନ ବାଧ୍ୟ ହୋଇ ୧୫ ଦିନର ମହଲତ ଦେବା ସହିତ ଉଛେଦ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ।

 

Leave a Reply

Your email address will not be published. Required fields are marked *