ପିଲାଙ୍କୁ ଅଳିଆ ସଫା କାମରେ ଲଗାଇ ପ୍ରଧାନଶିକ୍ଷକ ହରଡ଼ଘଣାରେ !!!

0
176

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ପିଲାଙ୍କ ଦ୍ବାରା ଘର ଓଳାଇ ପ୍ରଧାନଶିକ୍ଷକ ହରଡ଼ଘଣାରେ । ସମସ୍ତ ବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀ ମାନଙ୍କର ଉପସ୍ଥାନ ହାର ବଢାଇବା ପାଇଁ ସରକାର ବିଦ୍ୟାଳୟ ପରିବେଶକୁ ସ୍ବଛ, ସୁନ୍ଦର, ସୌନ୍ଦର୍ଯ୍ୟମୟ ,ଭୟଶୂନ୍ଯ ବାତାବରଣ ସୃଷ୍ଟି ପାଇଁ ବିଭିନ୍ନ ନିତି ନିୟମ କରୁଛନ୍ତି । ପିଲାମାନଙ୍କୁ ବିଦ୍ୟାଳୟର କୌଣସି କାମରେ ନଲଗାଇବା ପାଇଁ କଡା ସରକାରୀ ନିର୍ଦ୍ଦେଶ ମଧ୍ୟ ରହିଛି । ହେଲେ ଏସବୁ ଫୁ କରି ଉଡାଇ ଦେଇଛନ୍ତି କଟକ ଜିଲ୍ଲାର ଡମପଡା ଗୋଷ୍ଠୀ ଶିକ୍ଷା କାର୍ଯ୍ଯାଳୟ ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଜାମୁଡିହ ରେ । ପ୍ରଧାନଶିକ୍ଷକ ବିଶ୍ବଜିତ ବେହେରା ଓରଫ କାର୍ତ୍ତିକ ସାର୍ ବିଦ୍ୟାଳୟ ଗୃହ ଓ ସମୁଖ ରାସ୍ତାକୁ ପିଲାମାନଙ୍କ ଦ୍ବାରା ଓଳାଇଛନ୍ତି । ନ ଓଳାଇଲେ ମାଡ ଦେବାର ଧମକ ମଧ୍ୟ ଦେଇଛନ୍ତି । ଏହା ଫଳରେ ପିଲାମାନେ ସ୍କୁଲକୁ ଯିବା ପାଇଁ ଅନିଛା ପ୍ରକାଶ କରିଛନ୍ତି । ଅଭିଭାବକ ମାନେ ଏ ବିଷୟରେ ଜାଣିବା ପରେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିଦ୍ୟାଳୟର ଅଭିଭାବକ ତଥା ଓ୍ବାର୍ଡ ସଭ୍ଯାଙ୍କ ସ୍ବାମୀ ଫକୀର ଦାସ ବାଙ୍କୀ ଥାନାରେ ଓ ଡମପଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ୭ମ ଶ୍ରେଣୀରେ ପଢ଼ୁଥିବା ତାଙ୍କର ଝିଅ ଗାୟତ୍ରୀ ଦାସକୁ ପ୍ରଧାନଶିକ୍ଷକ ବିଦ୍ୟାଳୟ ଶ୍ରେଣୀ ଗୃହ ଓ ରାସ୍ତା ଓଳାଇବା ପାଇଁ ବାଧ୍ୟ କରିଛନ୍ତି । ଯାହା ଫଳରେ ସେ ବିଦ୍ୟାଳୟକୁ ପଢିବା ପାଇଁ ଯିବ ନାହିଁ ବୋଲି କହିବାରୁ ଏ ସମସ୍ତ ଘଟଣା ପଦାକୁ ଆସିଲା । ଏହି ଖବର ପ୍ରସାରଣ ହେବା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ସୃଷ୍ଟି ହୋଇଛି । ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଘଂନ କରି ଏପରି କାର୍ଯ୍ୟ କରିଥିବା ପ୍ରଧାନଶିକ୍ଷକଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଓ ଶିକ୍ଷାବିତ୍ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here