ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାର ଚାଷୀ ମାନଙ୍କୁ ଅନେକ ଗୁରୁତ୍ଵ ଦେଉଥିବା ବେଳେ , କିଛି ସରକାରୀ ବାବୁ ମାନଙ୍କ କାରନାମା ଯୋଗୁ ଚାଷୀ ହେଉଛନ୍ତି ହନ୍ତସନ୍ତ । ସାର କଳାବଜାରୀ ହେଉଥିବାର ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତର କିଛି ଚାଷୀ । ସାଧାରଣ ଚାଷୀ ମାନଙ୍କ ପାଇଁ ଆସିଥିବା ସାର କୁ ଚଢ଼ା ଦାମରେ ବିକୁଛନ୍ତି ସୋସାଇଟ ର ସେକ୍ରେଟେରୀ ଓ ସଭାପତି – ଏପରି ଅଭିଯୋଗ ଆଣିଛନ୍ତି ଦେଓଗାଁ ର ଚାଷୀ । ସରକାର ସାର ମୂଲ୍ୟ ୨୬୫/= ଟଙ୍କା ଧାର୍ଯ୍ୟ କରିଥିବା ବେଳେ ସେକ୍ରେଟାରୀ ସେମାନଙ୍କ ଠାରୁ ୩୦୦ ରୁ ୩୩୦ ଟଙ୍କା ନେଉଛନ୍ତି । ଏହାକୁ କେନ୍ଦ୍ରକରି ଚାଷୀ ମାନେ ଏକଜୁଟ ହୋଇ କହିବାରୁ ସୋସାଇଟି ର ଅଧିକାରୀ ଯେଉଁଭଳି ବ୍ୟବହାର ଦେଖାଉଛନ୍ତି ତାହା ଆଶ୍ଚଯ୍ୟଜନକ ! ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି କୃଷି ସହାୟତା ବିଳମ୍ବ କାରଣରୁ ବିଗତ ଦିନ ମାନଙ୍କରେ ଚାଷୀ ଅନେକ ହନ୍ତସନ୍ତ ହୋଇଥିବା ବେଳେ ଆଜି ମଧ୍ୟ ସେଇଭଳି ପରିସ୍ଥିତି ଉପୁଜିଛି ଦେଓଗାଁ ସୋସାଇଟିରେ । ଯଦି ସମବାୟ ସମିତିର ଏଭଳି ଘଟଣାର ପରିବର୍ତ୍ତନ ନ ହୁଏ ତାହାହେଲ ଆଗାମୀ ଦିନରେ ଜୋରଜାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।
ବାଣପୁର ଦେଓଗାଁ ସେବା ସମବାୟ ସମିତି ରେ ଚାଲିଛି ସାର କଳାବଜାରୀ !!!

