କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ସିଡିଏ ସେକ୍ଟର – ୮ ଫରେଷ୍ଟ ପାର୍କର ସୁରକ୍ଷା ପାଇଁ ଦାବୀ କଲେ ଏଇତ ଜୀବନ ସାମାଜିକ ସଂଗଠନର ସଦସ୍ୟ । ବିପଦରେ ସେକ୍ଟର ୮ର ଫରେଷ୍ଟ ପାର୍କ ! ବନ୍ୟ ବିଭାଗର ଅବହେଳା ଓ ଅପାରଗତା ଯୋଗୁଁ, ସିଡିଏ ସେକ୍ଟର – ୮ ଫରେଷ୍ଟ ପାର୍କ ଲୀନ ହେବାକୁ ଲାଗିଛି ! ବସ୍ତି ବାସିନ୍ଦା ମାନଙ୍କ କବଜାରେ ଫରେଷ୍ଟ ପାର୍କ । ଆଇନ କାନୁନ କୁ ଖାତିର ନ କରି ଗଛ କାଟି ଚାଲିଛନ୍ତି । ଜଙ୍ଗଲ କଟା ଅଭିଯୋଗକୁ ନେଇ କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଙ୍ଗଠନ ” ଏଇତ ଜୀବନ ” ତରଫରୁ ଆରଡିସି , ମର୍କତ ନଗର ପୋଲିସ ଷ୍ଟେସନ ଓ ସିଟି ଫରେଷ୍ଟ ରେଞ୍ଜରଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ଏଇତ ଜୀବନ ସଙ୍ଗଠନର ପ୍ରତିଷ୍ଠାତା ଓ ସଭାପତି ପ୍ରିୟବ୍ରତ ପଟ୍ଟନାୟକ, ଆଇନଜୀବି ଜଗଦାନନ୍ଦ ତ୍ରିପାଠୀ, ପ୍ରହଲ୍ଲାଦ ମହାରଣା, ମୁନା ସାହୁ , ନୂତନ କୁମାର ରାଉତ ଓ ଆଇନଜୀବି ମହେନ୍ଦ୍ର ମହାପାତ୍ର ଓ ଭାସ୍କର ବାବୁ ପ୍ରମୁଖ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ ।
ସିଡିଏ ସେକ୍ଟର – ୮ ଫରେଷ୍ଟ ପାର୍କର ସୁରକ୍ଷା ପାଇଁ ଦାବୀ କଲେ ଏଇତ ଜୀବନ ସାମାଜିକ ସଂଗଠନର ସଦସ୍ୟ !!!

