ବାଣପୁର ଭାଲେରି ପାହାଡ ଡବଲ ମର୍ଡର ମାମଲା : ୩୧ ବର୍ଷ ପରେ ୬ ଜଣଙ୍କୁ ଆଜୀବନ ଜେଲ୍ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଭାଲେରି ପାହାଡ ଉପରେ ପ୍ରାୟ ୩୧ ବର୍ଷ ତଳେ ଘଟିଥିଲା ଏକ ବିଭତ୍ସ ହତ୍ୟାକାଣ୍ଡ । ଗ୍ରାମ ବିବାଦକୁ କେନ୍ଦ୍ର କରି ଦୁର୍ବୁତ୍ତ ମାନେ ଗାଁ ମୁଖିଆଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ହତ୍ୟା କରିଥିଲେ । ଏପରିକି ଗାଁ ମୁଖିଆଙ୍କ ସହ ଥିବା ଆଦିବାସୀ ହଳିଆଙ୍କର ମଧ୍ୟ ମୁଣ୍ଡ ଗଣ୍ଡିକୁ ଅଲଗା କରି ଦେଇଥିଲେ । ମୃତକଙ୍କ ବଡ଼ଭାଇ ଙ୍କ ଅଭିଯୋଗ କ୍ରମେ ପୁଲିସ ଆଇପିସିର ଧାରା ୩୦୨, ୩୪, ୨୦୧ ଦଫା ସମେତ ଅନୁସୂଚିତ ଜାତି, ଜନଜାତି ନିର୍ଯାତନା ନିବାରଣ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ୧୯୯୬ରେ ତତ୍କାଳୀନ ଖୋର୍ଦ୍ଧା ଜିଲ୍ଲା ଦୈାରା ଜଜ୍ ଏହି ଘଟଣାରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ତେବେ ଅଭିଯୁକ୍ତ ମାନେ ଏହି ରାୟକୁ ହାଇକୋର୍ଟ ରେ ଚ୍ୟାଲେଞ୍ଜ କରିଥିଲେ । ଏହି ମାମଲାରେ ବିଚାର କରି ଓଡ଼ିଶା ହାଇକୋର୍ଟର ମୁଖ୍ୟା ବିଚାରପତି ଡ. ଏସ୍ ମୁରଲୀଧର ଏବଂ ବିଚାରପତି ଚିତ୍ତରଞ୍ଜନ ଦାସ ଖୋର୍ଦ୍ଧା ଅତିରିକ୍ତ ଦୈାରା ଜଜଙ୍କ ଆଦେଶକୁ କାଏମ ରଖିଛନ୍ତି । ତେବେ ପ୍ରମାଣ ଅଭାବରୁ ୨୦ ଜଣଙ୍କୁ ଖଲାସ କରି ଦେଇଛନ୍ତି । ୧୯୯୧ ସେପ୍ଟେମ୍ବର ୧୬ ତାରିଖରେ ବାଣପୁର ଥାନା ପ୍ରତାପ ଗ୍ରାମରେ ମୁଖିଆ ରବୀନ୍ଦ୍ର ନାଥ ସ୍ୱାଇଁ ଏବଂ ତାଙ୍କର ହଳିଆଙ୍କୁ ଗ୍ରାମର ଏକ ବିବାଦକୁ ନେଇ ଶେଷଦେବ ସ୍ୱାଇଁ, ପାଗଲ ସ୍ୱାଇଁ ଓରଫ ନିରଞ୍ଜନ ରାଉତରାୟ, ବାସୁ ରାଉତରାୟ, ସନିଆ ସାସମଲ, ବଳଭଦ୍ର ସ୍ୱାଇଁ ଏବଂ ସୁଧାକର ସ୍ୱାଇଁ ପ୍ରମୁଖ ହତ୍ୟା କରିଥିଲେ । ସେତେବେଳେ ଘଟଣାଟି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହି ହତ୍ୟା ଘଟଣାରେ ୨୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ବାଣପୁର ଥାନାରେ ମୃତ ରବୀନ୍ଦ୍ରଙ୍କ ବଡ଼ଭାଇ ଗୋଲଖ ସ୍ୱାଇଁ ଅଭିଯୋଗ କରିଥିଲେ । ହତ୍ୟା ମାମଲାର ବିଚାର କରି ତତ୍କାଳୀନ ଖୋର୍ଦ୍ଧା ଜିଲ୍ଲା ଅତିରିକ୍ତ ଦୈାରା ଜଜ୍ ମାନସ ରଞ୍ଜନ ମହାନ୍ତି ୧୯୯୬ ଅଗଷ୍ଟ ୨୦ ତାରିଖରେ ଉପରୋକ୍ତ ୬ ଆସାମୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

Leave a Reply

Your email address will not be published. Required fields are marked *