ବାଣପୁର ପାର୍କବଜାର ସାହିରେ ମା’ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆଜି ହେଉଛି କୁମାର ପୂର୍ଣ୍ଣିମା ଓ ପବିତ୍ର ଗଜଲକ୍ଷ୍ମୀ ପୂଜା l ବାଣପୁର ଅଞ୍ଚଳ ଏବେ ଚଳ ଚଞ୍ଚଳ , ଓଡ଼ିଶାର କୋଣ ଅନୁକୋଣ ରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ପାର୍କବଜାର ପୂଜା କମିଟି ଓ ପାର୍କ ବଜାର ସାହିର ସମସ୍ତ ବ୍ୟବସାୟୀଙ୍କ ମିଳିତ ଉଦ୍ୟମରେ ଆଡ଼ମ୍ବର ଭାବେ ଅନୁଷ୍ଠିତ ହୋଇଯାଇଛି ମା’ ଗଜଲକ୍ଷ୍ମୀଙ୍କ ପୂଜା l ଗତ ଦୁଇ ବର୍ଷ କୋଭିଡ କଟକଣା ଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ନଥିବା ବେଳେ ଧୁମ୍ ଧାମର ସହ ମା’ ଗଜଲଷ୍ମୀଙ୍କ ପୂଜା ପାର୍କ ବଜାରରେ ଅନୁଷ୍ଠିତ ହୋଇଛି l ବିଭିନ୍ନ ଆଲୋକ ମାଳା ସହିତ ମା’ ଙ୍କ ପୂଜା ମଣ୍ତପ ଓ ମାଆଙ୍କ ମୃଣ୍ମୟୀ ମୂର୍ତ୍ତିକୁ ରଙ୍ଗ ବେରଙ୍ଗ ଶାଢ଼ୀରେ ସୁସଜ୍ଜିତ କରାଯାଇଛି । ପୂଜାର ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ , ମା ‘ଙ୍କ ଦର୍ଶନ ନିମନ୍ତେ ଶହ ଶହ ଶ୍ରଦ୍ଧାଳୁ ମାନଙ୍କ ସୁଅ ଛୁଟୁଛି l ନୀତିକାନ୍ତି ଅନୁସାରେ ମାଆଙ୍କର କଳସ ଶୋଭା ଯାତ୍ରା ଓ ସୂର୍ଯ୍ୟ ପୂଜା ଖୁବ୍ ଆନନ୍ଦର ସହକାରେ ଅନୁଷ୍ଠିତ ହୋଇଯାଇଛି l ତେବେ ଦୀର୍ଘ ଚାରିଦିନ ବ୍ୟାପି ଉକ୍ତ ପୂଜା ହେବାକୁ ଥିବା ବେଳେ ତାହା କିପରି ଶାନ୍ତିଶୃଙ୍ଖଳା ର ସହ ହେବ ସହିତ ହେବ ଏବଂ ଅନୁରୂପ ଭାବେ ମା’ଙ୍କ ଭଷାଣି ଉତ୍ସବ କିପରି ହେବ ଏ ନେଇ ହେବ ପୂଜା କମିଟିର ସମସ୍ତ ସଦସ୍ୟ ମାନେ ପ୍ରସ୍ତୁତି କରିବା ସହ ତାହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅଙ୍ଗିକାରବଦ୍ଧ ଥିବାର କମିଟି ସଭାପତି ସୂଚନା ଦେଇଛନ୍ତି !

Leave a Reply

Your email address will not be published. Required fields are marked *