ବାଣପୁର ରେ ଉଦଘାଟନ ହେଲା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସହରାଞ୍ଚଳ ରେ ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ଏହା ବାଣପୁର ବ୍ଲକ ଏବଂ ଏନଏସି ର ପ୍ରାୟ ଦେଢ଼ ଲକ୍ଷ ବାସିନ୍ଦା ଙ୍କୁ ସେବା ଯୋଗାଇ ଦେଉଛି ,ରୋଗୀ ମାନଙ୍କ କ୍ରମ ବର୍ଦ୍ଧିତ ସଂଖ୍ୟା ଦୃଷ୍ଟିରୁ ଏହା ଯଥେଷ୍ଟ ହେଉ ନଥିବା ବେଳେ ସହରାଞ୍ଚଳରେ ଏକ ଆରୋଗ୍ୟ କେନ୍ଦ୍ର ର ସ୍ଥାପନା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା ! ବାଣପୁର ଏନଏସି ଅନ୍ତର୍ଗତ ଏକ ନମ୍ବର ୱାର୍ଡ କୁମାରଙ୍ଗ ଛକରେ ଖୋର୍ଦ୍ଧା ଜିଲ୍ଲା ମୁଖ ଆର୍ତ୍ତବନ୍ଧୁ ନାୟକ ଏବଂ ଏନଏସି ଅଧକ୍ଷ ମିଟୁ ନାୟକ ଙ୍କ ଦ୍ୱାରା ଉଦ୍ଘାଟନ ହୋଇଛି ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର। ଦିନକୁ ଦିନ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏହାର ଚାପ କୁ ହ୍ରାସ କରିବା ପାଇଁ ପ୍ରଶାସନ ଏଭଳି ନିଷ୍ପତି ନେବା ସହ ଏକ ଡାକ୍ତର ଙ୍କ ସମେତ 7 ଜଣ କର୍ମଚାରୀ ଙ୍କୁ ନିଯୁକ୍ତି ଦେଇଛନ୍ତି ! ଏହି ଉଦ୍ଘାଟନୀ ଉତ୍ସବରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଉପାଧ୍ୟକ୍ଷା ଶ୍ରୀମତୀ ପ୍ରାଚୀପ୍ରଭା ସ୍ଵାଇଁ, ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ରମାକାନ୍ତ ନାୟକ ,କନିଷ୍ଠ ଯନ୍ତ୍ରୀ ଦେଵକାନ୍ତ ନାୟକ , ଉମାକାନ୍ତ ଲାଠି , ମନୋଜ ବାରିକ , ଟୁଲୁ ସାହୁ , ଡ଼ି ପି ଏମ ପ୍ରକାଶ ଚନ୍ଦ୍ର ବାନାର୍ଜୀ , ବି ପି ଏମ ପ୍ରସାଦ ସୁନ୍ଦରାୟ , ଏ ପି ଏମ ସଂଗୀତା ରାଉତରାୟ ଙ୍କ ସମେତ ଏନଏସିର ସମସ୍ତ କାଉନସିଲର ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *