ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ମାଟି ତଳୁ ଉଦ୍ଧାର ହେଲା ଗଳିତ ମୃତଦେହ ! ସୂଚନା ମୁତାବକ ବୁଧବାର ଦିନ ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଲେଙ୍କାତୋଟା ଅଞ୍ଚଳରେ 4 / 5 ଦିନ ହେବ କାହାକୁ ପୋତି ଦେଇଥିବାର ସ୍ଥାନୀୟ ଲୋକ ସନ୍ଦେହ କରି ସ୍ଥାନୀୟ ସରପଞ୍ଚଙ୍କୁ ସୂଚନା ଦେଇଥିଲେ l ଏହାପରେ ସରପଞ୍ଚ ଖୋର୍ଦ୍ଧା ସଦର ଥାନାରେ ଲିଖିତ ଅଭିଯୋଗ ଦେବା ପରେ ସଦର ଥାନା ଅଧିକାରୀ ଏବଂ ଖୋର୍ଦ୍ଧା ଏସଡିପିଓ ଏବଂ କିଛି ପୋଲିସ କର୍ମଚାରୀ ଘାଟଣାସ୍ଥଳ ରେ ପହଞ୍ଚି ତଦନ୍ତ କରିବା ସହ, ସାରା ରାତି ଘଟଣା ସ୍ଥଳରେ ରହିଥିଲେ l ଆଜି ସକାଳ 10ଟା ସମୟରୁ ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି, ଟାଉନ ଥାନା ଅଧିକାରୀ, ଖୋର୍ଦ୍ଧା ତହସିଲଦାର, ଏସଡିପିଓ, ସାଇଣ୍ଟିଫିକ ଟିମ, ସନ୍ଧନୀ କୁକୁର ସହିତ ସ୍ଥାନୀୟ ସରପଞ୍ଚ ଏବଂ ଜିଲ୍ଲା ପରିଷଦଙ୍କ ଉପସ୍ଥିତିରେ ଘଟଣାସ୍ଥଳକୁ ଖୋଳା ଯାଇଥିଲା l ଖୋଳିବା ପରେ ପାଖାପାଖି 40/45 ବର୍ଷ ବୟସର ର ଜଣେ ପୁରୁଷଙ୍କର ଗଳିତ ମୃତଦେହ ଠାବ କରାଯାଇଥିଲା l ମୃତ ବ୍ୟକ୍ତିଙ୍କ ଶବକୁ ନଷ୍ଟ କରାଯିବା ପାଇଁ ଦେହରେ ଲୁଣ, ବ୍ଲିଚିଙ୍ଗ ପାଉଡର ସହିତ ପୋତିଲା ପରେ ଘଟଣାସ୍ଥଳରେ ଦାନାଦାର ପକା ଯାଇଥିଲା l ତେବେ ଏହି ମୃତ ଦେହ କାହାର, କାହିଁକି ଏହାଙ୍କୁ ହତ୍ୟା କରାଗଲା, ଗଣ୍ଡଗୋଳରୁ ଏପରି ଘଟଣା ଘଟିଲା ନା ଏହାଥିଲା ଏକ ସୁଚିନ୍ତିତ ଯୋଜନାବଦ୍ଧ ହତ୍ୟା ତାହା ସ୍ପଷ୍ଟ ହୋଇନାହିଁ l ତେବେ ଉକ୍ତ ହତ୍ୟାକାଣ୍ଡରୁ ପରଦା ଉଠାଇବା ପାଇଁ ପାଇଁ ଖୋର୍ଦ୍ଧା ଏସପିଙ୍କ ତତ୍ୱାବଧାନରେ 4 ଟି ଟିମ ଗଠନ କରାଯାଇ ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ଖୋର୍ଦ୍ଧା ଏସପି l ତେବେ ଏହି ହତ୍ୟାକାଣ୍ଡ କିଏ ଓ କାହିଁକି ଘଟାଇଲା ଏବଂ ପ୍ରକୃତ ଦୋଷୀକୁ ଚି଼ହ୍ନଟ କରାଯାଇ କେବେ ଦଣ୍ଡିତ କରାଯିବ ତାହା ଉପରେ ସମସ୍ତଙ୍କ ନଜର l
ମାଟି ତଳୁ ଉଦ୍ଧାର ହେଲା ଗଳିତ ମୃତଦେହ !!!

