ବାଣପୁର ଥାନା ଅଞ୍ଚଳରେ ନାବାଳିକାଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେବା ପଡ଼ିଲା ମହଙ୍ଗା : ଗିରଫ ହେଲା ରୋଡ ରୋମିଓ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସ୍ ଥାନା ଅଞ୍ଚଳରେ ଜଣେ ସ୍କୁଲ ପଢୁଆ ନାବାଳିକା ଛାତ୍ରୀଙ୍କୁ ଅଶ୍ଳୀଳ ମନ୍ତବ୍ୟ ଦେବା ଅଭିଯୋଗରେ ପୋକ୍ସୋ ଆକ୍ଟରେ ଗିରଫ ହୋଇଛି ଜଣେ ରୋଡ଼ ରୋମିଓ । ବାଣପୁର ଥାନା ଅଞ୍ଚଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ରୋଡ଼ ରୋମିଓ ଙ୍କର ପ୍ରାଦୁର୍ଭାବ । ବାଣପୁର ବଜାର ମଧ୍ୟରେ ଏକାଧିକ କୋଚିଙ୍ଗ ସେଣ୍ଟର ଥିବାରୁ ଆଖପାଖ ଗ୍ରାମରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରେ ଟ୍ୟୁସନ ପାଇଁ ଆସନ୍ତି l ତେବେ ରାତ୍ର ଆଠ ଘଟିକା ରୁ ନଅ ଘଟିକା ମଧ୍ୟରେ ସମସ୍ତ କୋଚିଙ୍ଗ ସେଣ୍ଟର ଛୁଟି ହୋଇଥାଏ ! ଏହାର ସୁଯୋଗ ନେଇ ଦୀର୍ଘ ଦିନ ହେବ ମା’ ଭଗବତୀଙ୍କ ପୀଠ ରୁ ବିଷରପାଟଣା ଛକ ଓ କିଛି ଅନ୍ୟ ସ୍ଥାନରେ ଛପି ବସୁଛନ୍ତି ଅସାମାଜିକ ଯୁବକ ! ସୁଯୋଗ ପାଇ ଛାତ୍ରୀ ମାନଙ୍କୁ କମେଣ୍ଟ ମାରିବା ସହ ଜୋର ଜବରଦସ୍ତ କରିବାକୁ ବି ପଛାଉ ନାହାନ୍ତି l ଏହି ଅସାମାଜିକ ରୋଡ ରୋମିଓ ଙ୍କୁ ସାବାଡ କରିବା ଲାଗି କିଛି ଦିନ ପୂର୍ବେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ସର୍ବସାଧାରଣଙ୍କ ପାଇଁ ଜାରି କରିଛନ୍ତି ସମସ୍ତ ଥାନା ଅଧିକାରୀଙ୍କ ଫୋନ୍ ନମ୍ୱର ଓ ତାଙ୍କର ନିର୍ଦ୍ଦେଶ କ୍ରମେ ବାଣପୁର ପୋଲିସ୍ ତୀକ୍ଷ୍ଣ ନଜର ରଖିଛି ଏହି ତଥା କଥିତ ରୋଡ଼ ରୋମିଓ ମାନଙ୍କ ଉପରେ । କୌଣସି ପ୍ରକାର ଅଘଟଣ କିମ୍ୱା ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପଛାଉନାହିଁ । ଆଜି ସକାଳେ ଜଣେ ରୋଡ଼ ରୋମିଓ ଶ୍ରୀନିବାସପୁର ଗ୍ରାମର ଦଣ୍ଡପାଣି ଜେନାଙ୍କ ପୁଅ କିଶୋର ଜେନା (୨୪) ଜନୈକା ନାବାଳିକାକୁ ଅସଦାଚରଣ କରିଥିବା ସହିତ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ । ନାବାଳିକା ଜଣକ ଭୟଭୀତ ନ ହୋଇ ମଧ୍ୟ ସାହସର ସହିତ ବାଣପୁର ପୋଲିସ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଥଲେ । ଅଭିଯୋଗ ପାଇବା ସଙ୍ଗେ ସଙ୍ଗେ ବାଣପୁର ଥାନା ଅଧିକାରୀ ତୁରନ୍ତ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ ପୂର୍ବକ ଅଭିଯୁକ୍ତ କିଶୋର ଜେନାକୁ ଗିରଫ କରି ଥାନା କେଶ୍ ନଂ- ୫୨୩/୨୨ ରେ ମାମଲା ରୁଜୁ କରି ପୋକ୍ସୋ ଆକ୍ଟରେ ଭୁବନେଶ୍ଵର ପୋକ୍ସୋ କୋର୍ଟକୁ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି । ପୋଲିସ୍ ର ଏତାଦୃଶ କାର୍ଯାନୁଷ୍ଠାନ ଫଳରେ ରୋଡ଼ ରୋମିଓ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *