ଭୁବନେଶ୍ୱର ( ଆୱାଜ ମିଡ଼ିଆ ) -ଶାଶ୍ଵତୀ ନାୟକ : ସାମାଜିକ ସେବା କ୍ଷେତ୍ରରେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି – ସମାଜ ମଙ୍ଗଳ ହୁଣ୍ଡି ! ସମାଜସେବୀ ନାରାୟଣ ଓଝାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ର ଫଳ , ସଠିକ ସମୟରେ ଅସହାୟ ପାଖରେ ସହାୟତା ସ୍ୱରୂପ ପହଞ୍ଚି ଯାଉଛି ! ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଙ୍କ ଜନ୍ମ ଦିବସକୁ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଛନ୍ତି ସାମାଜିକ କର୍ମୀ ! ବାଙ୍କୀ ଦୁଲଣାପୁର ଗ୍ରାମର ସାମାଜିକ କର୍ମୀ ତଥା ସାମ୍ବାଦିକ ନିରଞ୍ଜନ ସାହୁ ଙ୍କ ଦ୍ୱାରା ସ୍ଥାପିତ ସମାଜ ମଙ୍ଗଳ ହୁଣ୍ଡି ଭଙ୍ଗାଯାଇ ଏକାଠି ହୋଇଥିବା ଅର୍ଥରାଶିକୁ ଜଣେ ୮ ବର୍ଷର କ୍ୟାନସର ପିଡୀତା ଙ୍କ ଚିକିତ୍ସା ପାଇଁ ପ୍ରଦାନ କରାଯାଇଛି !

ରାଜଧାନୀର ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଦ୍ୟୁମ୍ନ ଶତପଥୀ , ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା , ବରିଷ୍ଠ ପ୍ରବକ୍ତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର , ଏସିପି ବିଷ୍ଣୁ ପାତ୍ର , ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ , ଯାଆଁଳା ଇନ୍ଫୋଭ୍ୟାଲି ଥାନା ଅଧିକାରୀ ପ୍ରସନ୍ନ ନାୟକ , ସମାଜ ମଙ୍ଗଳ ହୁଣ୍ଡି ପ୍ରତିଷ୍ଠାତା ନାରାୟଣ ଓଝା , ଅର୍ଥ ଆଦାୟ ହୋଇଥିବା ହୁଣ୍ଡି ର ସଂସ୍ଥାପକ ନିରଞ୍ଜନ ସାହୁ , ମହିଳା ସମାଜସେବୀ ବର୍ଷା ଦାସ , ବନ୍ଦନା ହରିଚନ୍ଦନ , ସସ୍ମିତା ଦାସ , ସାମାଜିକ କର୍ମୀ ଶୁଭାଶିଷ ଷଡ଼ଙ୍ଗୀ , ପ୍ରିୟବ୍ରତ ପଟ୍ଟନାୟକ , ମୁକେଶ ରାଉତ , ଓଡିଶା ସମାଜସେବୀ ମହାସଂଘର କାର୍ଯ୍ୟକାରୀ ସଭାପତି ବାପି ମହାନ୍ତି ପ୍ରମୂଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ !

