ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ନଦୀ ତଟରେ ଅବସ୍ଥିତ ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀଙ୍କ ମନ୍ଦିର ସମ୍ପୂର୍ଣ୍ଣ ଭାରତ ବର୍ଷରେ ପ୍ରସିଦ୍ଧ ଥିବାବେଳେ ଏବେ ମା ଙ୍କ ମନ୍ଦିର ନିକଟରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁ ମାନେ ମାଆ ଭଗବତୀଙ୍କ ଦର୍ଶନ ସାରି ମନ୍ଦିର ମୁଖ୍ୟ ଦ୍ଵାର ଦେଇ ପ୍ରତ୍ୟାବର୍ତ୍ତନ କଲାବେଳେ ମନ୍ଦିର ସାମ୍ନାରେ ରହିଛି ଏକ ଅଲୌକିକ କୁଣ୍ଡ ! ଯେଉଁ କୁଣ୍ଡରେ ଦୁଇଟି ପଥର ଭାସୁଥିବାର ଦେଖିବାକୁ ମିଳିଛି । ମନ୍ଦିର ସମୁଖରେ ଏହି ଅଲୌକିକ କୁଣ୍ଡ କୁ ଶହ ଶହ ସଂଖ୍ୟାରେ ଭକ୍ତ ଆସି ଦର୍ଶନ କରିବା ସହ ଆଶୀର୍ବାଦ ନେଇ ଫେରୁଥିବାର ଦେଖିବାକୁ ମିଳିଛି ।
ବାଣପୁର ମା ଭଗବତୀଙ୍କ ମନ୍ଦିର ସମୁଖ କୁଣ୍ଡରେ ଭାସୁଛି ପଥର !!!

