ରାଣୀପୁର ସ୍ଥିତ ବାପା ମା ସେବାଶ୍ରମ ଟ୍ରଷ୍ଟ ପରିସରରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଜଟଣୀ ନିକଟସ୍ଥ ରାଣୀପୁର ସ୍ଥିତ ବାପା ମା ସେବାଶ୍ରମ ରେ ଏକ ମାଗଣା ଚକ୍ଷୁ ଶିବିର ଆୟୋଜିତ ହୋଇଯାଇଛି ! ପବ୍ଲିକ ରାଇଟ ଆସୋସିଏସନ୍ ଓ ଭିଜନ କେୟାର ଚକ୍ଷୁ ଚିକିତ୍ସାଳୟ ମିଳିତ ଆନୁକୁଲ୍ୟରେ ରାଣୀପୁର ସ୍ଥିତ ବାପା ମା ସେବାଶ୍ରମ ପରିସରରେ ଆୟୋଜିତ ହୋଇଯାଇଛି ଚକ୍ଷୁ ଚିକିତ୍ସା ଶିବିର ! ଆସୋସିଏସନ୍ ରାଜ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ସମାଜସେବୀ ନରେନ୍ଦ୍ର ବିଶ୍ବାଳ ଓ ଭୁବନେଶ୍ୱର ସଭାନେତ୍ରୀ ପଙ୍କଜିନି ବେହୁରା ଙ୍କ ପ୍ରଚେଷ୍ଟା ରେ ଜଟଣୀ ରାଣୀପୁର ସ୍ଥିତ ବାପା ମା ସେବାଶ୍ରମ ରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଆସୋସିଏସନ୍ ରାଜ୍ୟ ସଭାନେତ୍ରୀ ଜ୍ୟୋତିର୍ମୟୀ ପଣ୍ଡା, ରାଜ୍ୟ ସମ୍ପାଦକ ବାସୁଦେବ ସେଠୀ , ଯୁବ ବିଭାଗ ସମ୍ପାଦକ ସ୍ୱପନ କୁମାର ମିଶ୍ର ଓ ଆଇନଜୀବୀ ସ୍ଵେତାଲିନା ପଣ୍ଡା । ବାପା ମାଆ ସେବାଶ୍ରମ ର ପ୍ରତିଷ୍ଠାତା ଗୌତମ ମହାରଣା ଓ ସମ୍ପାଦିକା ଜ୍ୟୋତି ମହାରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମାଜସେବୀ ସନ୍ତୋଶି ଜାଲି, ସଦସ୍ୟା ସୁବାସିନି ପାତ୍ର, ମୋହିନୀ ପାତ୍ର, ସବନମ୍ ବେଗମ୍ , ଦେବାଶିଷ ସେଠି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *