ପାଣି ପଞ୍ଚାୟତ ସଚେତନତା ରଥକୁ ଶୁଭ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପାଣି ପଞ୍ଚାୟତ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କଲେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଏହି ସଚେତନତା ରଥ ଜିଲ୍ଲାର 7 ଟି ବ୍ଲକ ପରିକ୍ରମା କରି ଚାଷୀଙ୍କୁ ସଚେତନତା କରାଇବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା, ସଞ୍ଜୟ କୁମାର ରଥ ନିର୍ବାହୀ ଯନ୍ତ୍ରୀ, ମୋହିତ ଆଚାର୍ଯ୍ୟ ସହକାରୀ ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳ ସେଚନ ନିର୍ବାହୀ ଯନ୍ତ୍ରୀ ପି ଜଗନ୍ନାଥ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଜଳ ସମ୍ପଦ ବିଭାଗ ପକ୍ଷରୁ କରାଯାଇଥିବା ବେଳେ ଜଳ ସମ୍ପଦର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *