ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ଲୋଭ ଦେଖାଇ ଠକେଇ ପାଇଁ ଅଭିନବ ଉପାୟ ! ରାଜଧାନୀ ପଳାଶୁଣୀରେ ଏକ ଭଡା ଘରେ ଖୋଲାଯାଇଛି ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ! ଆସ୍ପୟାର ସିକ୍ୟୁରିଟି ସଲ୍ୟୁସନ ନାମରେ ସଂସ୍ଥାର ବିଜ୍ଞାପନ ସାମାଜିକ ଗଣମାଧ୍ୟମରେ ଦେଇ ଯୁବକ ମାନଙ୍କୁ ବିଭିନ୍ନ ସରକାରୀ ପ୍ରତିଷ୍ଠାନ ଏବଂ ପ୍ରାଇଭେଟ କମ୍ପାନୀରେ ଚାକିରୀ ଦେବାର ପ୍ରଲୋଭନ ଦେଖାଇ ଅର୍ଥ ହଡପ କରିଛନ୍ତି ସଂସ୍ଥା ଖୋଲିଥିବା ମହିଳା ! ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଚୁଡା ଅଞ୍ଚଳର ଜଣେ ଯୁବକଙ୍କୁ ଚାକିରୀ ଲୋଭ ଦେଖାଇ ପନ୍ଦର ହଜାର ଟଙ୍କା ନେବା ପରେ ଗଡ଼ାଇ ଚାଲିଛନ୍ତି ଦିନ ! ଅନ୍ୟ ପକ୍ଷରେ ଟଙ୍କା ଫେରସ୍ତ ମାଗିବାରୁ ଏସିପି ଡିସିପି ଚିହ୍ନା କହି ଓଲଟା ଧମକ ଦେଇଥିବାର ଅଭିଯୋଗ କରିଛନ୍ତି ଠକେଇ ର ଶୀକାର ହୋଇଥିବା ଯୁବକ ! ସେହିପରି କଟକ ଜିଲ୍ଲା ବାଙ୍କୀ ଏବଂ ବୋଲଗଡ ର ଅନ୍ୟ ଦୁଇ ଜଣ ଯୁବକ ମଧ୍ୟ ଠକେଇ ର ଶୀକାର ହୋଇଥିବାର ସୂଚନା ମିଳିଛି !
ସିକ୍ୟୁରିଟି ଗାର୍ଡ ନିଯୁକ୍ତି କରାଇବା ନାମରେ ସଂସ୍ଥା ଖୋଲି ଠକେଇ ଅଭିଯୋଗ !!!

