ଚିତ୍ରକଳା ମାଧ୍ୟମରେ ଆୱାଜ ମିଡ଼ିଆ ପରିବାର କୁ ଧନ୍ୟବାଦ ଜଣାଇଲେ ଶିଶୁ ଚିତ୍ରକର ସୌମ୍ୟରଞ୍ଜନ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିଜର ଚିତ୍ରକଳା ମାଧ୍ୟମରେ ଆୱାଜ ମିଡ଼ିଆ ପରିବାର କୁ ଧନ୍ୟବାଦ ଜଣାଇଲେ ବାଲୁଗାଁ ଆଙ୍କୁଲା ଗ୍ରାମର ଶିଶୁ ଚିତ୍ରକର ସୌମ୍ୟରଞ୍ଜନ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଆଙ୍କୁଲା ଗ୍ରାମ କାନ୍ଥମାହାଲ ସ୍ଥିତ ଭଗବତ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀର ଛାତ୍ର ଅଟନ୍ତି ସୌମ୍ୟରଞ୍ଜନ !ଭଲ ପାଠ ପଢିବା ସହିତ ଭଲ ଚିତ୍ର ମଧ୍ୟ କରନ୍ତି । ନିଜର ଚିତ୍ରକଳାକୁ ଅନେକ ଜାଗାରେ ପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି । ଏଥି ପାଇଁ ସ୍ଥାନୀୟ ବାଲୁଗାଁ ଅଞ୍ଚଳରେ ମଧ୍ୟ ସେ ବେଶ୍ ଜଣା ଶୁଣା ଅଛନ୍ତି । କିଛିଦିନ ତଳେ ସୌମ୍ୟ ରଞ୍ଜନଙ୍କ ଚିତ୍ରକଳା ସମ୍ପ୍ରକରେ ଆୱାଜ ମିଡ଼ିଆ ମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା । ଆଜି ନିଜର ଚିତ୍ର କଳା ମାଧ୍ୟମରେ ରଙ୍ଗ ବେରଙ୍ଗର ମୁରୁଜ ସାହାଯ୍ୟରେ ଆୱାଜ ମିଡ଼ିଆ ଲୋଗୋ କୁ ଚିତ୍ର ମାଧ୍ୟମରେ ଆଙ୍କିବା ସହିତ ଆୱାଜ ମିଡ଼ିଆ ପରିବାର କୁ ଧନ୍ୟବାଦ ଜଣାଇଛନ୍ତି ଶିଶୁ ଚିତ୍ରକର ସୌମ୍ୟ ରଞ୍ଜନ ।

 

Leave a Reply

Your email address will not be published. Required fields are marked *