ସରକାରୀ ଶିକ୍ଷକ ଦବଙ୍ଗଗିରୀ କରିଥିବାର ଅଭିଯୋଗ ଆଣିଲେ ବାଣପୁର ନୀଳାଦ୍ରି ପ୍ରସାଦ ଗ୍ରାମ ପଞ୍ଚାୟତ ସରପଞ୍ଚ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନୀଳାଦ୍ରି ପ୍ରସାଦ ଗ୍ରାମ ପଞ୍ଚାୟତ ସରପଞ୍ଚ ଉମାକାନ୍ତ ସାହୁ ଜଣେ ସରକାରୀ ଶିକ୍ଷକ ଦବଙ୍ଗଗିରୀ କରୁଥିବାର ଆଣିଲେ ସଙ୍ଗୀନ ଅଭିଯୋଗ । ଗଣମାଧ୍ୟମ ଆଗରେ ସରପଞ୍ଚଙ୍କ କହିବା ମୁତାବକ ଅରାଙ୍ଗ ଗ୍ରାମର ବିପିନି ବିହାରୀ ସେନାପତି ନାରାୟଣ ବିଦ୍ୟାପୀଠ ହାଇସ୍କୁଲର ହିନ୍ଦୀ ଶିକ୍ଷକ ଅଟନ୍ତି । ବିପିନି ବିହାରୀ ସେନାପତିଙ୍କ ସ୍ତ୍ରୀ ସେହି ପଞ୍ଚାୟତର ଏମବିକେ ଅଛନ୍ତି । ଗତମାସ ଜାନୁୟାରୀ ୨୬ ତାରିଖ ଦିନ ସକାଳ ସମୟରେ ପଞ୍ଚାୟତ ସମିତିରେ ଗ୍ରାମସଭା ଚାଲିଥିବା ସମୟର ନାରାୟଣ ବିଦ୍ୟାପୀଠର ଶିକ୍ଷକ ବିପିନି ବିହାରୀ ସେନାପତି ପଞ୍ଚାୟତ ଅଫିସ ଗୃହରେ ପ୍ରବେଶ କରି ସରପଞ୍ଚ ଓ ଜି ଆର୍ ଏସ୍ କର୍ମଚାରୀଙ୍କୁ ଖରାପ ବ୍ୟବହାର କରିବା ସହ ଧମକ ଦେଇଥିଲେ । ଏନେଇ ସରପଞ୍ଚ ଉମାକାନ୍ତ ସାହୁ ବାଣପୁର ଥାନାରେ ଅଭିଯୋଗ କରି ନିରାଶ ହୋଇ ଗତ ୧୩ ତାରିଖରେ ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଅଭିଯୋଗ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜିଲ୍ଲାପାଳଙ୍କୁ ନ୍ୟାୟ ପାଇ ଅଭିଯୋଗ କରିଥିବାର କହିଛନ୍ତି ।

Leave a Reply

Your email address will not be published. Required fields are marked *