ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଚିଲିକା କୂଳ ଠାରେ ଅବସ୍ଥିତ ବାଲୁଗାଁ କଲେଜର ନାମ ଫଳକରୁ ଦୀର୍ଘ ଦିନ ଧରି ଅକ୍ଷର ଖସି ଯାଇଥିଲେ ମଧ୍ୟ ଏଥି ପ୍ରତି କାହାରି ଧ୍ୟାନ ନାହିଁ । ବାଲୁଗାଁ କଲେଜ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଭାବରେ ସମଗ୍ର ଓଡିଶାରେ ବେଶ୍ ଜଣା ଶୁଣା ହୋଇଥିଲା ବେଳେ ଏହାର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମକର୍ତ୍ତା ଓ ପରିଚାଳନା କମିଟିର କାର୍ଯ୍ୟଦକ୍ଷତା ଓ ସମର୍ପଣ ଭାବ ବେଶ ଉଚ୍ଚ କୋଟିର । କଲେଜର ଉନ୍ନତି ପାଇଁ ବହୁତ କିଛି ଅନୁଦାନ ପ୍ରାପ୍ତ ହେଉଥିବା ବେଳେ ବର୍ତ୍ତମାନ ମଧ୍ୟ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଏଠି ପଶ୍ନ ଉଠୁଛି କଲେଜ ଉନ୍ନତି ପାଇଁ ଆସୁଥିବା ଅର୍ଥ ଯାଉଛି କୁଆଡେ ?? କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ କଲେଜର ପ୍ରବେଶ ପଥରେ ନିର୍ମାଣ ଗେଟ୍ ଉପରେ ଇଂରାଜୀ ଅକ୍ଷରରେ ଲେଖାଥିବା ବାଲୁଗାଁ କଲେଜ ମଧ୍ୟରୁ ଦୀର୍ଘ ଦିନ ହେଲା ଇ ଅକ୍ଷରଟି ଖସି ଯାଇଥିଲେ ମଧ୍ଯ ତାକୁ ସଂଶୋଧନ କରିବା ପାଇଁ କାହାର ହେଲେ ଦାୟିତ୍ୱବୋଧ ନାହିଁ । ବୋଧହୁଏ କଲେଜ୍ ଭିତରକୁ ଯିବା ସମୟରେ ପ୍ରାୟ ସମସ୍ତଙ୍କର ଦୃଷ୍ଟି ଗୋଚର ନିଶ୍ଚିତ ଭାବେ ହେଉଥିବ। ହେଲେ କଲେଜ କର୍ତ୍ତୃପକ୍ଷ ଓ ପରିଚାଳନା କମିଟିକୁ ସତେ ଯେମିତି ଦୃଷ୍ଟି ଗୋଚର ହେଉନାହିଁ । ଗୋଟିଏ ଶିକ୍ଷା ଅନୁଷ୍ଠାନ ପ୍ରତି ଏତେ ବୈମାତୃକ ମନୋଭାବ କାହିଁକି ? ଛୋଟ କାମଟିଏ ଭାବି ଏ ଅବହେଳା କଣ ପାଇଁ ? ଏହି ଛୋଟ ଛୋଟ ଭୁଲ ପାଇଁ ଆମେ କଣ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ଲଜ୍ଵିତ ହେଉନାହେଁ । ବାରମ୍ବାର ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରସାରଣ ହୋଇଥିଲେ ମଧ୍ୟ କଲେଜ ପ୍ରଶାସନ ପକ୍ଷରୁ ନାହିଁ କାର୍ଯ୍ୟାନୁଷ୍ଠାନ । ଏବେ କେବଳ ଦେଖିବାକୁ ବାକି ରହିଲା କେବେ କଲେଜ ପ୍ରଶାସନ ପକ୍ଷରୁ ନିଆ ଯାଉଛି ପଦକ୍ଷେପ ! ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଏହାକୁ ଠିକ୍ କରିବାକୁ ସାଧାରଣରେ ଦାବୀ ହେଉଛି ।
କେବେ ଲାଗିବ ବାଲୁଗାଁ କଲେଜ ମଝିରୁ ଖସି ଯାଇଥିବା ଇଂରାଜୀ ଇ ଲେଟର ???

