ଟାଙ୍ଗୀ ଚାନ୍ଦପୁର ସତସଙ୍ଗ କେନ୍ଦ୍ରରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ ତମ ଶୁଭ ଆବିର୍ଭାବ ଦିବସ ପାଳିତ !!!

Spread the love

ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ଟାଙ୍ଗୀ ଚାନ୍ଦପୁର ସତସଙ୍ଗ କେନ୍ଦ୍ର ପରିସରରେ ପରମ ପ୍ରେମମୟ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୫ ତମ ଶୁଭ ଆବିର୍ଭାବ ଦିବସ ଓ ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟ ଦେବଙ୍କ ୬ ଷ୍ଠ ବର୍ଷ ଆଗମନୀ ଦିବସ ଓ ସତସଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ ଭୋର୫ ଟାରେ ବେଦ, ମାଙ୍ଗଳିକ ଓ ଊଷା କିର୍ତ୍ତନ ସମବେତ ପ୍ରାର୍ଥନା ହୋଇଥିଲା ! ସକାଳ ୯ ଘଟିକାରେ ନଗର ପରିକ୍ରମା, ୧୦,୩୦ ମିନିଟରେ ସଙ୍ଗୀତାଞ୍ଜଳୀରେ ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଭକ୍ତି ଗାନ କରିଥିଲେ । ଟାଙ୍ଗୀ ସତସଙ୍ଗ କେନ୍ଦ୍ରର ଦାମୋଦର ଭାଇ ଓ କଣ୍ଠଶିଳ୍ପୀ ଭାଷ୍କର ଭାଇ ଓ ଜ୍ୟୋସ୍ନାରାଣୀ ନାୟକ ପଵିତ୍ର ସତ୍ୟାନୁସରଣ ଗ୍ରନ୍ଥ ପାଠ କରିଥିଲେ । ଖୋର୍ଦ୍ଧା ସତସଙ୍ଗ ବିହାରର ଭଗବାନ ଭାଇ ସତସଙ୍ଗ ପରିଚାଳନା କରିଥିଲେ ! ଲକ୍ଷ୍ମୀଧର ସାହୁ ମୂଖ୍ୟବକ୍ତା , ଯାଜପୁରରୁ ଆଗତ କୃଷ୍ଣଚନ୍ଦ୍ର ଦାଶ ସହ ପ୍ରତି ଋତ୍ୱିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଡା. ବିଜୟ କୁମାର ସିଂହ । ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ପ୍ରଦତ ସତନାମ, ସତସଙ୍ଗ ଓ ମାନବଜୀବନରେ ଗ୍ରହଣ କରିବାର ଆବଶ୍ୟକତା ନିହାତି ଆବଷ୍ୟକ ବିଷୟରେ ଵିଷଦ ଆଲୋଚନା କରିଥିଲେ । ଶେଷରେ ବାଣପୁର ସତସଙ୍ଗ ବିହାରର ମହେଶ୍ୱର ଜେନା (ଧର୍ମ ଯାଜକ) ଉଦଯାପନୀ ସଙ୍ଗୀତ ଗାନ କରିଥିଲେ ପରେ ସତସଙ୍ଗ ଧ୍ୱନୀ ଦେଇ ସତସଙ୍ଗ ସାଙ୍ଗ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଗତିକୃଷ୍ଣ ଉତ୍ତରକବାଟ, ପୁରୁଷୋତ୍ତମ ପାଲଟାସିଂହ, ସହପ୍ରତି ଋତ୍ୱିକ ଓ ବହୁ ଅଧୁର୍ଯ୍ୟୁ ଯାଜକ କର୍ମୀ ଉପସ୍ଥିତ ଥିବାବେଳେ ନୟାଗଡ ପୁରୀ ଖୋର୍ଦ୍ଧା ଓ ଗଞ୍ଜାମର ପ୍ରାୟ ଏକ ହଜାରରୁ ଅଧିକ ଭକ୍ତ ରୁଣ୍ଡ ହୋଇଥିଲେ। କାର୍ଯ୍ୟକ୍ରମକୁ ବିଜୟ ସାମନ୍ତ ଓ ସ୍ଥାନୀୟ ଗୁରୁଭାଇ ଓ ମା ସହଯୋଗ କରି ସରସ ସୁନ୍ଦର କରିଥିବାରୁ ସମସ୍ତଙ୍କର ମଙ୍ଗଳ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *