ଖଣ୍ଡାୟତ କ୍ଷତ୍ରୀୟ କଳ୍କୀ ସେନାର ଷଷ୍ଠ ଜନ୍ମ ବାର୍ଷିକ ଉତ୍ସବ ପାଳନ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଖୋର୍ଦ୍ଧା ସଦର କାଇପଦର ଗ୍ରାମରେ ମହା ଆଡମ୍ବରରେ ଖଣ୍ଡାୟତ କ୍ଷତ୍ରୀୟ କଳ୍କୀ ସେନାର ଷଷ୍ଠ ଜନ୍ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି l ପବିତ୍ର ପଣାସଂକ୍ରାନ୍ତି ଉପଲକ୍ଷେ ରାଜ୍ୟ ଖଣ୍ଡାୟତ କ୍ଷତ୍ରୀୟ କଳ୍କୀସେନା, ପାଞ୍ଚଟି ପାଇକ ଦଳ ଏବଂ କାଇପଦର ଅଞ୍ଚଳର ଶହ ଶହ ବ୍ୟକ୍ତି ମିଶି ପ୍ରଥମେ ଇଷ୍ଟ ଦେବୀ ମା’ ବଘେଇଙ୍କ ଠାରୁ ମସାଲ ଯାତ୍ରା ଆରମ୍ଭ କରି ଗ୍ରାମ ପରିଭ୍ରମଣ କରି ସାଆନ୍ତl ଦଳବେହେରାଙ୍କ ଦାଣ୍ଡ ରେ ପହଞ୍ଚିଥିଲେ l ସେଠାରେ ସମସ୍ତ ପାଇକ ବୀର ମାନଙ୍କୁ ବନ୍ଦାପନା କରାଯାଇଥିଲା l ଏହାପରେ ସାଆନ୍ତା ସ୍ଥିତ ଖେଳପଡିଆରେ ବିରାଟ ସଭାର ଆୟୋଜନ କରାଯାଇଥିଲା l ଉକ୍ତ ସଭାକୁ ଖୋର୍ଦ୍ଧା ବ୍ଲକ ଅଧକ୍ଷା ଶ୍ରୀମତୀ ଶ୍ରୀମୟୀ ପ୍ରିୟଦର୍ଶିନୀ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ ! ଯୋଗିନାଥ ବଳିୟାରସିଂହ ଙ୍କ ସଭାପତିତ୍ୱ ଏବଂ ବିଷ୍ନୁଚରଣ ସାମନ୍ତରାୟ ଙ୍କ ସମ୍ପାଦନା ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହାପରେ ଅଂଚଳରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଖଣ୍ଡାୟତ ବ୍ୟକ୍ତି, ପାଇକ ଗୁରୁ, ପାଇକ ବୀର ଏବଂ ଅଞ୍ଚଳର ତିରିଶ ଜଣ ସାମ୍ବାଦିକ ମାନଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହାପରେ ଖଣ୍ଡାୟତ ଜାତିର ଉନ୍ନତି, ପାଇକ ରେଜିମେଣ୍ଟ ଗଠନ , ପାଇକ ଦାୟାଦ ମାନଙ୍କପାଇଁ ଚାକିରୀ କ୍ଷତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା l ଜିଲ୍ଲା ତଥା ଜିଲ୍ଲା ବାହାରୁ ଆସିଥିବା ପାଇକ ବିର ମାନଙ୍କ ଦ୍ୱାରା ଢାଲ ତରବାରି, ମୂଦ୍ଗର, ଅଶୀ ଚାଳନା, ପଟାବାଡି, ନିଆଁ ବନାଟି, କୁସ୍ତି ଇତ୍ୟାଦି ପାଇକ ଖେଳ ଦର୍ଶକ ମାନଙ୍କ ମନ ମୋହିଥିଲା l ପରିଶେଷରେ ସ୍ଥାନୀୟ ସରପଞ୍ଚ ବିଜୟ କୁମାର ଅରିସଲ ଧନ୍ୟବାଦ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *