ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସିଆରପିଏଫ ରେ କାର୍ଯ୍ୟରତ ଓଡ଼ିଆ ଜବାନ ଙ୍କ ସନ୍ଦେହଜନକ ମୃତ୍ୟୁ ! ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଡ଼ବାଲିକୁଦା ପଞ୍ଚାୟତର କଳ୍ପତରୁ ଦାସ ଙ୍କ ପୁଅ ତୁଷାରକାନ୍ତ ଦାସ ଙ୍କର କାର୍ଯ୍ୟରତ ଅବସ୍ଥାରେ ଦେହାନ୍ତ ହୋଇଛି ! କନ୍ଧମାଳ ଜିଲ୍ଲା କେମୁଡିବାଲି 127 ବାଟାଲିୟନ ରେ କାର୍ଯ୍ୟରତ ଥିଲେ ତୁଷାର ! ଡ୍ୟୁଟି ରେ ଥିବା ଅବସ୍ଥାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଥିବା କୁହ ଯାଉଥିବା ସମୟରେ ୟୁନିଟ ତରଫରୁ ତାଙ୍କ ପରିବାର କୁ କିଛି ଅଫିସିଆଲ ସୂଚନା ଦିଆ ଯାଇନାହିଁ ! ତେବେ କେଉଁ ପରିସ୍ଥିତିରେ ଓ କିପରି ତାଙ୍କର ଦେହାନ୍ତ ଘଟିଲା ସେନେଇ ପରିବାର ଲୋକେ ସନ୍ଦେହରେ ଅଛନ୍ତି !
ଓଡ଼ିଆ ଜବାନ ଙ୍କ ସନ୍ଦେହଜନକ ମୃତ୍ୟୁ !!!

