ବାଣପୁର ଭୀମପୁର ହରିଜନ ସାହି ଗାଁ ଦାଣ୍ଡରେ ବଡ ଭାଇକୁ ବିଭତ୍ସ ହତ୍ୟା : ସାନଭାଇ ଗୁରୁତର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୁଇ ଭାଇ ନିଜ ଦାଣ୍ଡ ଦୁଆରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିବା ବେଳେ ଡାକ୍ତର ବଡ ଭାଇକୁ ମୃତ ଘୋଷଣା କରିଛନ୍ତି ! ସାନଭାଇର ଚିକିତ୍ସା ଆରମ୍ଭ କରିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ନେବାରେ ଜଣାଯାଏ ଯେ , ବାଣପୁର ଥାନା ଅର୍ନ୍ତଗତ ଭୀମପୁର ଗ୍ରାମ ହରିଜନ ସାହିରେ ଘଟିଛି ଏକ ଅଭାବନିୟ ଘଟଣା । ବଡ ଭାଇ ରବିନ୍ଦ୍ର ନାଥ ନାୟକ ୭୦ ବର୍ଷ ଓ ସାନ ଭାଇ ସୋମନାଥ ନାୟକ ୬୫ ବର୍ଷ ନିଜ ଦାଣ୍ଡଦୁଆରେ ବସି କଥାବାର୍ତ୍ତା ହେଉଥିବା ବେଳେ ହଠାତ ସେହି ଗ୍ରାମର ସତ୍ୟ ନାୟକଙ୍କ ପୁଅ କେଳୁ ନାୟକ ଏକ ଧାରୁଆ ଅସ୍ତ୍ରରେ ଦୁଇ ଭାଇଙ୍କୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ଗ୍ରାମର ଲୋକମାନେ ପହଞ୍ଚି ଦୁଇ ଭାଇଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Leave a Reply

Your email address will not be published. Required fields are marked *