ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ଗ୍ରାମ ର ଝିଅ ମୋନାଲିସା ଶତପଥୀଙ୍କର ଗତ ୧୯ ତାରିଖରେ ପୁରୀ ନିକଟସ୍ଥ ବି. ରାମଚନ୍ଦ୍ରପୁର ଛକ ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଥିଲା । ଯାହା ଫଳରେ ମୋନାଲିସା ଙ୍କ ମେରୁଦଣ୍ଡ, ବାମ ଗୋଡ, ଛାତିର ହାଡ଼ ଭାଙ୍ଗି ଯାଇଥିବା ଜଣା ପଡ଼ିଛି । ମୋନାଲିସା ଶି.ଏଚ.ଓ ଭାବେ ବି. ରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ ଥିଲେ । ବର୍ତ୍ତମାନ ସେ ଭୁବନଶ୍ଵରସ୍ଥିତ ଏଏମଆରଆଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି । ଯାହା କିଛି ବି ଅର୍ଥ ବାବା ମାଙ୍କ ପାଖରେ ଥିଲା ସେ ସବୁ ଝିଅର ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଗଲାଣି । ବର୍ତ୍ତମାନ ଡାକ୍ତରଙ୍କ କହିବା ମୁତାବକ ମୋନାଲିସା ଙ୍କ ଅପରେସନ ପାଇଁ ୧୫ ଲକ୍ଷ ଟଙ୍କା ଆବଶ୍ୟକ ହେଉଛି । ମୋନାଲିସା ଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଗଣ ମାଧ୍ୟମ ଜରିଆରେ ପରିବାର ପକ୍ଷରୁ ସ୍ଥାନୀୟ ପ୍ରଶାସନ ଅଧିକାରୀ ମାନଙ୍କୁ ନିବେଦନ କରାଯାଉଛି ସରକାରୀ ସ୍ତରରେ ମୋନାଲିସା (ରୋଜି )ଙ୍କୁ ସହାୟତା ମିଳି ପାରିଲେ ସେ ସୁସ୍ଥ ହୋଇ ପାରନ୍ତେ । ସ୍ଥାନୀୟ ଜନ ସାଧାରଣ ମାନଙ୍କୁ ମଧ୍ୟ ନିବେଦନ ଆପଣ ମାନଙ୍କ କିଛି କିଛି ସାହାଯ୍ୟ ଦ୍ଵାରା ମୋନାଲିସା ସୁସ୍ଥ ହୋଇ ପାରିବେ ବୋଲି ପରିବାର ଲୋକେ ଆଶା ରଖିଛନ୍ତି ।
ସାହାରା ମାଗୁଛି ଚିଲିକା ବଉଳାବନ୍ଧ ଗ୍ରାମର ଝିଅ ମୋନାଲିସା : ଅପରେସନ ପାଇଁ ଅର୍ଥ ସାଜିଛି ବାଧକ !!!

