ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ଛଟ ପଟ ହେଉଛନ୍ତି କାହ୍ନା !!!

0
924

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାବୁ ମୋତେ ବଞ୍ଚେଇଦିଅ । ଏ କରୁଣ ଚିତ୍କାର ହେଉଛି ୨୪ ବର୍ଷର ଯୁବକ କାହ୍ନାର । ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ଛଟ ପଟ ହେଉଛନ୍ତି କାହ୍ନା ! ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସାନ ନଇରୀ ବେହେରା ସାହିର ସୁବାଷ ବେହେରାଙ୍କ ପୁଅ କାହ୍ନୁ ବେହେରା , ବୟସ ୨୪ । କାହ୍ନୁର ପରିବାର କହିଲେ ଜେଜେ ମା, ବାପା, ବୋଉ ସ୍ତ୍ରୀ ଓ ୩ ବର୍ଷ ର ଝିଅ। ମୋଟ ଛଅ ପ୍ରାଣୀ କୁଟୁମ୍ବ । ବାପା ସୁବାଷଙ୍କ ସହ ମିଶି ଚିଲିକାକୁ ମାଛ ଧରିବା ପାଇଁ ଯାଆନ୍ତି କାହ୍ନା । ସେଥିରୁ ଦୁଇ ପଇସା ମିଳିଲେ , ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ । ସମ୍ପତ୍ତି କହିଲେ କେବଳ ଗୋଟାଏ ଟାଇଲି ଛପର ଘର। ସେଥିରେ ବେଶ ଖୁସିରେ ଦିନ କାଟୁଥିଲେ। କିନ୍ତୁ ହଠାତ ଦିନେ କାହ୍ନୁ ଅସୁସ୍ଥ ଅନୁଭବ କରିବାରୁ ତାକୁ ଭୁବନେଶ୍ୱର ନେଇଗଲେ । ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରି ଜାଣିବାକୁ ପାଇଲେ ଯେ କାହ୍ନୁର ଲିଭର ରେ ସମସ୍ୟା ଅଛି । ଏହା ପରେ ଆରମ୍ଭ ହେଲା ଚିକିତ୍ସା । ଘରେ ଯାହା ଥିଲା ବିକି ଭାଙ୍ଗି ଚିକିତ୍ସା କରାଇଲେ । ଏହା ପରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ରୁ ମଧ୍ଯ ଅର୍ଥ ଶେଷ ହେଲାଣି । ଆଉ ଅଧିକା ଚିକିତ୍ସା ପାଇଁ ଅର୍ଥ ଅଭାବରୁ ଡ଼ାକ୍ତର କାହ୍ନୁଙ୍କୁ ଘରକୁ ପଠାଇ ଦେଇଛନ୍ତି । ଏବେ ଘରେ ଚବିଶ ଘଣ୍ଟା ଅକ୍ସିଜେନ୍ ସିଲିଣ୍ଡର ରେ ଜୀବନ ଜିଉଛନ୍ତି କାହ୍ନୁ । କାହ୍ନୁ ଙ୍କ ପାଇଁ ପ୍ରତିଦିନ ଅକ୍ସିଜେନ୍ ସିଲିଣ୍ଡର ୨୦ କିମି ଦୂରତା ବାଲୁଗାଁ ରୁ ଏକ ଅଟୋ ରିକ୍ସାରେ ଅଣା ଯାଉଛି । ସେଥିପାଇଁ ପ୍ରତିଦିନ ୧୦୦୦ରୁ ୧୫୦୦୦ ଟଙ୍କା ଲାଗେ । ଗରିବ ଅସହାୟ ପରିବାର ପ୍ରତିଦିନ ଏତେ ଟଙ୍କା ଆଣିବେ କେଉଁଠୁ । ସାହି ପଡିଶା ଲୋକମାନେ ସକ୍ଷମ ଅନୁସାରେ ସାହଯ୍ୟ କରନ୍ତି , କିନ୍ତୁ ଏଭଳି ବ୍ୟୟ ବହୁଳ ଚିକିତ୍ସା ପାଇଁ ସରକାର କିମ୍ବା କୌଣସି ବେସରକାରୀ ସଂସ୍ଥା, ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଯୋଗାଇ ଦେଲେ ଏହି ପରିବାର ଟି ଉଦ୍ଧାର ପାଇ ଯାଆନ୍ତା ବୋଲି ଗ୍ରାମବାସୀ ମାନେ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here