ଉଚ୍ଚ ବିଦ୍ୟାଳୟ କୃତୀ ବିଦ୍ୟାର୍ଥୀ ଙ୍କୁ ସମ୍ବର୍ଦ୍ଧନା !!!

Spread the love

ବୋଲଗଡ଼ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ଶିକ୍ଷା ବ୍ଲକ୍ ଅନ୍ତର୍ଗତ ସଂପୁର ସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ନାଚୁଣୀ ସ୍ଥିତ ସ୍ମାର୍ଟ ସେବା ଆଣ୍ଡ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟ ର ମିଳିତ ଆନୁକୂଲ୍ୟରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ଆବାହକତ୍ୱରେ ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ମଙ୍ଗଳବାର ବିଦ୍ୟାଳୟ ସ୍ତରୀୟ ମେଧାବୀ ଛାତ୍ର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ପ୍ରାକ୍ତନ ଓଡ଼ିଶା ଇଂରାଜୀ ପ୍ରଶିକ୍ଷକ ପ୍ରଦୀପ କୁମାର ପରିଡ଼ା ମୁଖ୍ୟ ଅତିଥି, ସ୍ମାର୍ଟ ସେବା ଆଣ୍ଡ ଏଜୁକେସନ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସୁରେଶ କୁମାର ଦାଶ ମୁଖ୍ୟ ବକ୍ତା, ନାଚୁଣୀ ସ୍ଥିତ ଟ୍ୱିଟ୍ ବାର୍ଡ ଇଁରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ମୋନାଲି ହୋତା, ନୂଆ ସାହି ସାଧନ କେନ୍ଦ୍ର ସଂଯୋଜକ ବିଶ୍ବରଂଜନ ସେଠି, ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷା ବିନୋଦିନୀ ଦତ୍ତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଶୈବାଳିକା ମଳ୍ଳିକ ଏବଂ ବିଭୁପ୍ରସାଦ ମହାପାତ୍ର ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଚିତ୍ର କୁମାର ଘଡେ଼ଇ ସ୍ବାଗତ ଭାଷଣ ଏବଂ ଶ୍ରୋତାଲିନୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ବିଦ୍ୟାଳୟର ୨୦୨୩ ମେଟ୍ରିକ୍ ଟପ୍ପର ଶିବାନୀ ଜେନାଙ୍କୁ ମୁକୁଟ ପିନ୍ଧାଇ ଉତ୍ତରୀୟ, ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏତଦ୍ ବ୍ୟତୀତ ୨୦୨୩ ବାର୍ଷିକ ପରୀକ୍ଷାରେ ପ୍ରଥମରୁ ନବମ ଯାଏଁ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ପରିଶେଷରେ ବିଶ୍ୱଜିତ୍ ସରୋଜ କୁମାର ଧନ୍ୟବାଦ୍ ଅର୍ପଣ କରିଥିଲେ। ଶ୍ରଦ୍ଧାଞ୍ଜଳି ବେହେରା, ସୌଦାମିନୀ ସୁବୁଦ୍ଧି, ସୌଦାମିନୀ ପରିଡ଼ା, ସମ୍ବିତ କେଦାର କର ଓ ସ୍ନେହଲତା ପାଇକରାୟ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *