ବାଲୁଗାଁ ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ସ୍କୁଲ ରେ ନୂତନ ଭାବେ ଉଦଘାଟନ ହେଲା ଯୁକ୍ତ ୨ କଳା ବିଜ୍ଞାନ ବିଭାଗ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଧିନସ୍ଥ ଚିଲିକା ରାଣୀ ଇଂରାଜୀ ମାଧ୍ୟମିକ ସ୍କୁଲ ରେ ନୂତନ ଭାବେ ଉଦଘାଟନ ହେଲା ଯୁକ୍ତ ୨ କଳା ବିଜ୍ଞାନ ପ୍ରଥମ ବିଭାଗ ପାଠାଗାର l ପୂର୍ବରୁ ଏହି ଇଂରାଜୀ ମିଡ଼ିଅମ ସ୍କୁଲ ରେ ପ୍ରଥରୁ ଦଶମ ପର୍ଯ୍ୟନ୍ତ ରହିଥିବା ବେଳେ ଆଜି ଏହା ସହିତ ଜଡିତ ହେଲା ସି.ବି.ଏସ.ଇ.ଏକାଦଶ ବିଭାଗ l ଏହି ଉଦଘାଟନ ଉତ୍ସବ ରେ ଅତିଥି ଭାବେ ଯୋଗ ଦେଇଥିଲେ ବାଲୁଗାଁ ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ, ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ , ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ନନ୍ଦ, ବାଣପୁର ଜାଭିହାର ସ୍କୁଲ ଅଧ୍ୟକ୍ଷ ଶକ୍ତିପ୍ରସାଦ ମହାନ୍ତି, ଆଇ ଏନ ଏସ ଚିଲିକା କେନ୍ଦ୍ର ବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ କୁମାର ବଳିୟାରସିଂ, ଚିଲିକାରାଣୀ ଇଂରାଜୀ ମିଡିୟମ ସ୍କୁଲ ଅଧ୍ୟକ୍ଷ ନୀଳାଦ୍ରି ଭୂଷଣ ବେହେରା, ପ୍ରେସିଡେଣ୍ଟ କିରନ କୁମାର ପାତ୍ର, ଅରୁଣ କୁମାର ବରାଳ ଅତିଥି ଭାବେ ଯୋଗଦେଇ ଶିକ୍ଷା ସଂସ୍କୃତି ଉପରେ ଆଲୋଚନା କରିଥିଲେ। ଏଥିରେ କିଛି ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଆଗାମୀ ଦିନରେ କିପରି ଛାତ୍ର ଛାତ୍ରୀ ମାନେ ପାଠ ପଢ଼ାରେ ଉନ୍ନତି ଆଣି ପାରିବେ ସେ ଉପରେ ଅଭିଭାଷଣ ରଖିଥିଲେ । ଚିଲିକା ନିର୍ବାଚନ ମଣ୍ଡଳୀ ର ଏହି ସ୍କୁଲ ଟି ବହୁ ପୁରାତନ ହୋଇଥବାରୁ ଯୁକ୍ତ ୨ କଳା ବିଜ୍ଞାନ ପ୍ରଥମ ବିଭାଗ ପାଠାଗାର ମିଶିବା ଯୋଗୁଁ ସ୍ଥାନୀୟ ଅଞ୍ଚଳ ବାସୀ ବିଦ୍ୟାଳୟ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଛନ୍ତି ।।

Leave a Reply

Your email address will not be published. Required fields are marked *