ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ଚଢ଼ିବାକୁ ଯିବେ ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମର ସୌଭାଗ୍ୟ କୁମାର ରଥ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଇଟାମାଟି ଗ୍ରାମର ସୌଭାଗ୍ୟ କୁମାର ରଥ ଅଗଷ୍ଟ ମାସରେ ୟୁରୋପ୍‌ ଓ ରୁଷ୍‌ର ସର୍ବୋଚ୍ଚ ଶୃଙ୍ଗ ୧୮୫୧୦ ଫୁଟ ଉଚ୍ଚ ମାଉଣ୍ଟ୍ ଏଲ୍‌ବ୍ରସ୍‌ ଚଢ଼ିବାକୁ ଯାଉଛନ୍ତି । ପୂର୍ବରୁ ୨୦୧୯ ରେ ଜର୍ମାନୀର ହାମବର୍ଗଠାରେ ଓ ୨୦୨୨ରେ କାଜାକସ୍ଥାନର ଆସ୍ଥାନା ସହରରେ ସଫଳତାର ସହ ଏକକାଳୀନ ସନ୍ତରଣ, ସାଇକ୍ଲିଂ ଓ ଦୌଡ଼ ସମାପ୍ତ କରି ଦୁଇଥର ଆଇରନ୍‌ ମ୍ୟାନ୍‌ ଟାଇଟଲ୍‌ ହାସଲ କରିଛନ୍ତି । ପୂର୍ବରୁ ସେ ଭୃଗୁ ଲେକ୍, ଫ୍ରେଣ୍ଡସିପ୍‌ ପିକ୍‌, ହମ୍‌ତା ପାସ୍‌ ଭଳି ଗିରିଶୃଙ୍ଗ ସଫଳତାର ସହ ଆରୋହଣ କରିଛନ୍ତି । ଭବିଷ୍ୟତରେ ସେ ବିଶ୍ବର ୭ ମହାଦେଶର ସର୍ବୋଚ୍ଚ ୭ ଗିରିଶୃଙ୍ଗ ଆରୋହଣ କରିବାକୁ ଲକ୍ଷ ରଖିଛନ୍ତି । ସୂଚନାଯୋଗ୍ୟ ସୌଭାଗ୍ୟ ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିବେ । ଅଗଷ୍ଟ ୭ରେ ମସ୍କୋରୁ ‘ମିନେରାଲନୀ ଭଡୀ’ ଯାତ୍ରା କରିବେ । ତହିଁ ପରଦିନ ଅଗଷ୍ଟ ୮ ତାରିଖରେ ତାଙ୍କର ଦୁଃସାହସିକ ପର୍ବତାରୋହଣ ଆରମ୍ଭ ହେବ ଏବଂ ଅଗଷ୍ଟ ୧୫ ତାରିଖରେ ଭାରତର ଜାତୀୟ ପତାକା ସହ ଶିଖରରେ ପହଞ୍ଚିବାର ଯୋଜନା ରହିଛି । ସୌଭାଗ୍ୟଙ୍କ ପୈତୃକ ଘର ଇଟାମାଟି ର ରତ୍ନପୁର ପାଟଣାରେ ଅବସ୍ଥିତ ଏବଂ ତାଙ୍କ ପିତାଙ୍କ ନାମ ସ୍ବର୍ଗତ ପଞ୍ଚାନନ ରଥ ଏବଂ ଜେଜେବାପା ସ୍ବର୍ଗତ କାଳୀଚରଣ ରଥ ଜଣେ ଲୋକପ୍ରିୟ ହୋମିଓପାଥି ଚିକିତ୍ସକ ଥିଲେ !

 

Leave a Reply

Your email address will not be published. Required fields are marked *