ଲିଭିନି ମେହେନ୍ଦୀର ଦାଗ : ଶାଳୀକୁ ଧରି ଭିଣୋଇ ଫେରାର ।

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସିରାମ ଛତ୍ରୀଆ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଧିନସ୍ଥ ସନ୍ଧିକୁଳିହାରି ଗ୍ରାମର ଜଣେ ନବ ବିବାହିତା ମହିଳାଙ୍କୁ (ଶାଳୀ) କୁ ଧରି ଧର୍ମଗଡ଼ ଖୁଟୁଲୁ ଗୁଡା ଗ୍ରାମର ରୋହିତ ଠାକୁର (ଭିଣୋଇ) ଫେରାର ହୋଇଯାଇଛି . ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ସମୟରେ ଧର୍ମଗଡ ଥାନାରେ ଦାୟର ହୋଇଛି ଏତଲା . ବିବାହ ପରେ ହାତରୁ ମେହେନ୍ଦୀ ରଙ୍ଗ , ଦେହରୁ ହଳଦୀ ଦାଗ କି ପାଦରୁ ଅଳତା ମଧ୍ୟ ଲିଭିନି , ଏହି ପରିସ୍ଥିତି ରେ ଦୁହେଁ ଫେରାର ହୋଇଛନ୍ତି .

ରୋହିତ ଠାକୁର ଗୋଳମୁଣ୍ଡା ବ୍ଲକରେ ପଞ୍ଚାୟତ ନିର୍ବାହି ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ଜଣାଯାଇଛି , ଗତ ଚଉଦ ତାରିଖ ଦିନ ସନ୍ଧି କୁଲିହାରି ଗ୍ରାମର ବଂଶୀଧର ବେହେରାଙ୍କ ପୁଅ ଅଲେଖ ବେହେରା ଙ୍କୁ ଚିଲିଚିଲା ଗ୍ରାମର ସୁବାଷ ଧଙ୍ଗଡା ମାଝୀ ଙ୍କ ଝିଅ ଝିଲି ଧଙ୍ଗଡା ମାଝୀ ବିବାହ କରିଥିଲେ . ସାମାଜିକ ରୀତି ନୀତି ରେ ବିବାହ ସମ୍ପନ୍ନ ହୋଇଥିବା ସମୟରେ ବିବାହର କିଛି ଦିନ ପରେ ମାଆ ଙ୍କ ଦେହ ଖରାପ ହେବାରୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା, ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ନ ହେବାରୁ ଉନ୍ନତ ଚିକିତ୍ସା ସକାଶେ ଭୁବନେଶ୍ୱର ଏମ୍ସ ଡାକ୍ତରଖାନା ନେବାକୁ ପରାମର୍ଶ ଦେଇଥିଲେ ଡାକ୍ତର ,ଏହାର ସୁଯୋଗ ନେଇ ଶାଳୀ କୁ ନେଇ ଫେରାର ହୋଇଛନ୍ତି ରସିକିଆ ଭିଣୋଇ . ଘରେ ଥିବା ଲୋକଙ୍କୁ ଛୁରୀ ଦେଖାଇ ସାଙ୍ଗରେ 8 ଭରି ସୁନା, ଓ ଦୁଇ ଲକ୍ଷ ଟଙ୍କା ଧରି ଫେରାର ମାରିବା ଘଟଣା ଥାନାରେ ଅଭିଯୋଗ ହୋଇଛି . ଧର୍ମଗଡ଼ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରିରଖିଛି .

One thought on “ଲିଭିନି ମେହେନ୍ଦୀର ଦାଗ : ଶାଳୀକୁ ଧରି ଭିଣୋଇ ଫେରାର ।

  1. I feel very happy to become a part of this channel . I need enforcement to work for the people..

Leave a Reply

Your email address will not be published. Required fields are marked *