ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀରେ ଆୱାଜ ମିଡ଼ିଆ ର ପ୍ରତିନିଧି ସମ୍ମିଳନୀ ! ଦିନକୁ ଦିନ ଡିଜିଟାଲ ମିଡ଼ିଆ ର ଚାହିଦା ବଢି ଚାଲିଥିବା ସମୟରେ , ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସଂସ୍ଥା ସବୁ ଉପରେ ବଢିବାରେ ଲାଗିଛି ଦାୟିତ୍ୱବୋଧ ! ଦୀର୍ଘ ବର୍ଷ ଧରି ଡିଜିଟାଲ ମିଡିଆରେ ଖବର ପ୍ରସାରଣ ଜାରି ରଖିଛି ଆୱାଜ ମିଡ଼ିଆ ! ସୋସାଲ ମିଡ଼ିଆର ସମସ୍ତ ପ୍ଲାଟଫର୍ମ ରେ ଖବର ପ୍ରସାରଣ କରୁଥିବା ଆୱାଜ ମିଡିଆରେ କାର୍ଯ୍ୟରତ ପ୍ରତିନିଧି ମାନଙ୍କର ଏକ ରାଜ୍ୟ ସ୍ତରୀୟ ସମ୍ମିଳନୀ ରାଜଧାନୀରେ ଆୟୋଜିତ ହୋଇଯାଇଛି ! ବରିଷ୍ଠ ସାମାଜିକ କର୍ମୀ , ଜଷ୍ଟିସ ଫର ଓମେନ ର ଚେୟାରମ୍ୟାନ ଡ଼ ସିପ୍ରା ହୀରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ! ଭାରତମାତା ଙ୍କ ଫଟୋ ଚିତ୍ର ପାଖରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ! ଦିବଂଗତ ସାମ୍ବାଦିକ କିଶୋର ମହାପାତ୍ର ଙ୍କ ସ୍ମୃତି ଚାରଣ କରି ନୀରବ ପ୍ରାର୍ଥନା ହୋଇଥିଲା !

ରାଜ୍ୟର ବାରଟି ଜିଲ୍ଲାରେ କାର୍ଯ୍ୟରତ ବ୍ଲକ ଏବଂ ଜିଲ୍ଲା ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ ! ବାଙ୍କୀ ଅଞ୍ଚଳର ସୁନାମଧନ୍ୟ କଣ୍ଠଶିଳ୍ପୀ , ଶିକ୍ଷାନୁଷ୍ଠାନ ସଂସ୍ଥାପକ ଦେବୀଦତ୍ତ ବିଭୁତିରାୟ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ସମସ୍ୟା ସମାଧାନ ଦିଗରେ ଡିଜିଟାଲ ମିଡ଼ିଆ ର ଭୂମିକା ଏବଂ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଗଠନରେ କମ୍ପ୍ୟୁଟର ଶିକ୍ଷାର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ ! ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ରାଜ୍ୟ ସଭାପତି ସତ୍ୟଜିତ ମହାପାତ୍ର , ସାଧାରଣ ସମ୍ପାଦକ କାହ୍ନା ନାୟକ ସ୍ୱତନ୍ତ୍ର ଅତିଥି ରୂପେ ଉପସ୍ଥିତ ରହି , ଡିଜିଟାଲ ମିଡ଼ିଆ ମହାସଂଘର – ସମ୍ମାନ , ସୁରକ୍ଷା ଏବଂ ଅଧିକାର ପାଇଁ ଲଢେଇରେ ସାମିଲ ହେବାକୁ ସମସ୍ତ ଡିଜିଟାଲ ମିଡ଼ିଆ ପ୍ରତିନିଧିଙ୍କୁ ଆହ୍ୱାନ ଦେଇଥିଲେ !

ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର ପରିଚାଳନା କମିଟି ସଦସ୍ୟ ଅଶ୍ରୁମୋଚନ ନାୟକ , ବର୍ଷା ଦାସ , ବସନ୍ତ ପ୍ରଧାନ , ରଣଜିତ ପରିଡା , ପ୍ରିୟବ୍ରତ ପଟ୍ଟନାୟକ ପ୍ରମୂଖ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ ! କଟକ , ଖୋର୍ଦ୍ଧା , ନୟାଗଡ , ପୁରୀ , ଯାଜପୁର , ଅନୁଗୁଳ , ଢେଙ୍କାନାଳ , ରାୟଗଡା , କେନ୍ଦ୍ରାପଡା , ନବରଙ୍ଗପୁର , କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ କାର୍ଯ୍ୟରତ ପ୍ରତିନିଧି ମାନେ ସମ୍ମିଳନୀରେ ଯୋଗଦେଇ ନିଜ ନିଜର ଅନୁଭୂତି ଉପସ୍ଥାପନା କରିଥିଲେ !

