ନୟାଗଡ଼ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁପଟ୍ଟନାୟକ ଙ୍କ 105 ତମ ଜୟନ୍ତୀ ଅବସରରେ ନୂଆଗାଁ ବ୍ଲକ ପଞ୍ଚୁପାଣ୍ଡବ ଠାରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ବିଜୁ ଜନତା ଦଳ ର ଯୁବ, ଛାତ୍ର, ମହିଳା ଏବଂ ବରିଷ୍ଠ ମାନେ ବାହାରି ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ଙ୍କ ସହ ଦଶପଲ୍ଲାରେ ପହଞ୍ଚିଥିଲେ .

ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ବିଜେଡି କର୍ମୀ ମାନଙ୍କ ସହ ଦଶପଲ୍ଲା ର ଆରାଧ୍ୟ ମହାବୀର ଦର୍ଶନ କରିଥିଲେ ବିଧାୟକ ରମେଶ ଚନ୍ଦ୍ର ବେହେରା . ପରେ ସ୍ଥାନୀୟ କୁଆଁରିଆ ଡ୍ୟାମ ପାଖରେ ବିଶାଳ ସଭା ର ଆୟୋଜନ କରାଯାଇଥିଲା . ମାନ୍ୟବର ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏବଂ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର 3ଟି ଯାକ ବ୍ଲକ ର ବିଜେଡି ସଭାପତି, ଯୁବ ବିଜେଡି ସଭାପତି, ଛାତ୍ର ବିଜେଡି ସଭାପତି, ଅଧକ୍ଷ୍ୟ, ଉପାଧ୍ୟାକ୍ଷ୍ୟ, ଜିଲା ସମ୍ପାଦକ ଏବଂ ବିଜୁ ଜନତା ଦଳ ର ଛାମୁଆ କର୍ମୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ .

କାର୍ଯ୍ୟକ୍ରମ ଅବସରରେ ସ୍ୱର୍ଗତ ବିଜୁ ବାବୁ ଙ୍କୁ ଭରତ ରତ୍ନ ପାଇଁ ଏକ ପ୍ରସ୍ତାବ କୁ ପାରିତ କରାଗଲା . ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଏ ସଂକ୍ରାନ୍ତରେ ଏକ ଦାବୀପତ୍ର ପ୍ରେରଣ ପାଇଁ ନିଷ୍ପତ୍ତି ହୋଇଛି . ନୟାଗଡ ଜିଲ୍ଲା ତଥା ଦଶପଲ୍ଲାରେ ବିଜେଡି କୁ କିପରି ଅଧିକ ରୁ ଅଧିକ ମଜଭୁତ କରାଯିବ ସେ ବିଷୟରେ ମଞ୍ଚାସୀନ ଅତିଥି ମାନେ ନିଜସ୍ୱ ମତ ରଖିଥିଲେ .

