ବାଣପୁର ଗୋଦାବରୀଶ ଉଚ୍ଚବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ବାଣପୁର ଠାରେ ଆୟୋଜକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଜାଲି ଙ୍କ ସଭାପତିତ୍ଵ ରେ ଓ ଶିକ୍ଷକ ଶ୍ରୀକାନ୍ତ କୁମାର ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ବିଜ୍ଞାନ ମେଳା ସମାରୋହ ର ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି ଯୋଗଦେଇ ପ୍ରକଳ୍ପ ପ୍ରଦର୍ଶନୀ କୁ ଉଦଘାଟନ କରିଥିଲେ। ଦିତୀୟ ଅଧିବେଶନ ରେ ଉଦଯାପନୀ ଉତ୍ସବରେ ରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇ ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରାମଚନ୍ଦ୍ର ବେହେରା ,ଅତିରିକ୍ତ ଶିକ୍ଷାଧିକାରୀ ଲକ୍ଷ୍ମୀନାରାୟଣ ପ୍ରସାଦ ନାୟକ , ଅତିରିକ୍ତ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ହରିଚନ୍ଦନ ,ସୁରଭି କୁସୁମ ଦଳବେହେରା ,ଶ୍ୟାମ ସୁନ୍ଦର ପ୍ରଧାନ ପ୍ରମୁଖ ଯୋଗଦେଇ। ବକ୍ତବ୍ୟ ପ୍ରଦାନ କରିବା ସହ ବାଲ ବୈଜ୍ଞାନିକ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।ବ୍ଲକ ସ୍ତରରୁ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ବାଣପୁର ର ସୁମନ୍ତ ଜେନା , ଭେଟିନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ର ରଚିତା ଶାସମଲ,ନୀଳକଣ୍ଠେଶ୍ଵର ବିଦ୍ୟାପୀଠ କୁମାରଙ୍ଗ ର ଶୁଭମ ସାହୁ ,ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ନାଚୁଣୀ ର ସର୍ବେଶ୍ଵର ବରାଳ ,ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ,ଭୀମପୁର ର ବଳରାମ ସ୍ୱାଇଁ ପ୍ରମୁଖ ୫ ଜଣ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ କୁ ମନୋନୀତ ହୋଇଥିଲେ । ଏଥିରେ ବିଭିନ୍ନ ବିଭାଗ ରୁ ବିଜ୍ଞାନ ପ୍ରକଳ୍ପ ଆସିଥିଲା। ଉଚ୍ଚ ବିଦ୍ୟାଳୟ ସ୍ତରରୁ ୨୪ ଟି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରୁ ୫୪ ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ରେ ଅଂଶଗ୍ରହଣ କରିଥିଲେ । ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ କୁ ବ୍ଲକ ର ସମସ୍ତ ସିଆରସିସି , ସମସ୍ତ ପ୍ରଧାନଶିକ୍ଷକ,ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *