ବାଲୁଗାଁ କଲେଜରେ ନୂଆ -ଓ ନୃତ୍ୟ ଓ ସଚେତନତା କାର୍ଯ୍ୟକ୍ରମ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ମହାବିଦ୍ୟାଳୟରେ ଆରମ୍ଭ ହୋଇଥିବା ନୂଆ -ଓ ତଥା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ସମାଜିକ ବିକାଶ କାର୍ଯ୍ୟକ୍ରମ ଜରିଆରେ ଶନିବାର ଚିଲିକା କୂଳରେ ପ୍ଲାଷ୍ଟିକ ସଫେଇ ସହିତ ବେଟି ପଢ଼ାଓ ଓ ବେଟି ବଚାଓ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ଆବାହକ ଡକ୍ଟର ଲଷ୍ମୀଧର ସୁବୁଦ୍ଧି,ଅଧ୍ୟାପିକା ରୀନା ରାଉତ,ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ,ଧୋବୀ ପରିଡ଼ା,ଡକ୍ଟର ସନ୍ତୋଷ ରଥ,ଶିବରାମ ସିଂ,ବିଶ୍ୱଜିତ ଦାଶ,ହିମାଂଶୁ ଦାଶ ପ୍ରମୁଖଙ୍କ ତତ୍ୱାବଧାନରେ ଚିଲିକା କୂଳ ସଫେଇ କରି ପ୍ଲାଷ୍ଟିକ ମୁକ୍ତ ଚିଲିକା ଓ ବେଟି ପଢ଼ାଅ – ବେଟି ବଞ୍ଚାଅ ସଚେତନତା ଅଭିଯାନ କରିଥିଲେ l ଏହି ଅବସରରେ ସ୍ବେଛାସେବୀ ମାନେ ବାଲୁଗାଁ ଏନ ଏ ସି ର ବିଭିନ୍ନ ୱାର୍ଡ଼ ଓ ପ୍ରାଥମିକ ବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟ ପ୍ରସାରିତ କରିବା ସମୟରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଓ ଶଙ୍କର ପାଇକରାୟ ସାମିଲ ହୋଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ l ଏହାକୁ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ,ଡକ୍ଟର ଜୟନ୍ତୀ ସାମଲ ଓ ନୋଡାଲ ଅଫିସର ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ପରିଚାଳନା କରିଥିଲେ l ଏହାପରେ ନୂଆ -ଓ ର ନୃତ୍ୟ ପ୍ରତିଯୋଗିତାରେ ତେରଟି ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଆନ୍ତଃ ଶ୍ରେଣୀ ଚିତ୍ତାକର୍ଷକ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥି ସହ ଆନ୍ତଃ ଶ୍ରେଣୀ ସାମାଜିକ ଓ ସଚେତନତା ନାଟିକା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏହାପରେ ଏକକ ଶାସ୍ତ୍ରୀୟ ନୃତ୍ୟ, ଲୋକ ନୃତ୍ୟ ଓ ସମସାମୟିକ ନୃତ୍ୟ ସହ ଷ୍ଟାଣ୍ଡ ଅପ କମେଡି ଅନୁଷ୍ଠିତ ହୋଇଥିଲା l ଏଥିରେ ଶତାଧିକ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ସେମାନଙ୍କର ନାଟକୀୟ ସର୍ଜନଶୀଳତା ଓ ନୃତ୍ୟ ବିଚକ୍ଷଣତl ପ୍ରଦର୍ଶନ କରିଥିଲେ l ଏହାକୁ ଶିକ୍ଷାର୍ଥୀମାନେ ଭରପୂର ମନୋରଞ୍ଜନ କରିଥିଲେ l ଏହାର ବିଚାରକ ଭାବେ ଯୋଗ ଦେଇଥିବା ନୃତ୍ୟ ନିର୍ଦ୍ଦେଶକ ଗୋବିନ୍ଦ ଜାଲି ଓ ଭଗବାନ ମହାରଣାଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ,ବିଦ୍ୟାଧର ଜୁଝାରସିଂହ,ଡକ୍ଟର ପୂର୍ଣ୍ଣ ଚନ୍ଦ୍ର ସାମନ୍ତରାୟ,କୀର୍ତ୍ତିମୟୀ ବାରିକ,କ୍ରିଷ୍ଣl ସେଠୀ,ଶାଶ୍ଵତୀ ମହାନ୍ତି,ସୁନିତା ନନ୍ଦ ପ୍ରମୁଖ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *