ଭାଓଲିନ ବାଦନରେ ନିପୁଣା ବାଲୁଗାଁ ର ଚିନ୍ମୟୀ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଯେଉଁ ବୟସରେ ପିଲା ମାନେ ଖେଳକୁଦ ରେ ମାତିଛନ୍ତି , ସେହି ସମୟରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ଅଷ୍ଟମ ଶ୍ରେଣୀର ଛାତ୍ରୀ ଚିନ୍ମୟୀ ମହାପାତ୍ର ଭାଓଲିନ ବଜାଇ ଶ୍ରୋତାଙ୍କ ମନମୁଗ୍ଧ କରି ଦେଉଛନ୍ତି । କେବଳ ଭାଓଲିନ ବାଦନରେ ସୀମିତ ନୁହେଁ ତାଙ୍କ ପ୍ରତିଭା, ନୃତ୍ୟ, ସଙ୍ଗୀତ ଏକକ ଅଭିନୟ ସବୁଥିରେ ସେ ପାରଙ୍ଗମ । ମାତ୍ର ୧୨ ବର୍ଷ ବୟସରେ ରାଜ୍ୟସ୍ତରରେ ଭାଓଲିନ ବାଦନ ପ୍ରତିଯୋଗିତା ରେ ଭାଗ ନେଇ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପାଟଣା ସାହି ଗ୍ରାମର ରମେଶ ମହାପାତ୍ର ଓ ଅନିତା ମହାପାତ୍ର ଙ୍କ ସାନ ଝିଅ ଚିନ୍ମୟୀ । ରମେଶ ଜଣେ ବେବସାୟୀ ହୋଇଥିବାବେଳେ ଅନିତା ଜଣେ ଗୃହିଣୀ । ପିଲା ଦିନରୁ ଚିନ୍ମୟୀ ପାଠ ପଢାରେ ବେଶ୍ ଆଗୁଆ ଥିଲେ । ଏହା ସହିତ ନୃତ୍ୟ, ସଙ୍ଗୀତ, ଏକକ ଅଭିନୟ ଓ ଭାଓଲିନ ବାଦନ ଶିଖିବା ପ୍ରତି ତାଙ୍କର ଆଗ୍ରହ ଦେଖି ତାଙ୍କ ବାପା ମା” ଏହିଦିଗରେ ଅଧିକା ପଶିକ୍ଷଣ ଦେବା ନିମନ୍ତେ ବାଲୁଗାଁ ସ୍ତିତ ଏକ ସଙ୍ଗୀତ ସ୍କୁଲ ରେ ନାମ ଲେଖାଇ ଥିଲେ । ମାତ୍ର ୭ ବର୍ଷ ବୟସରେ ଚିନ୍ମୟୀ ସଙ୍ଗୀତ ଗୁରୁ ପ୍ରଫୁଲ୍ଲ ମାଝୀଙ୍କ ଠାରୁ ଭାଓଲିନ ବାଦନ ଶିଖିଥିଲେ। ଭାଓଲିନ ବାଦନ ର ବିଭିନ୍ନ ରାଗ ଶିଖିବାର ଆଗ୍ରହ ଓ ଏଥିରେ ଆଗକୁ ବଢିବାର ନିଶା କୁ ଦେଖି ଗୁରୁ ପ୍ରଫୁଲ୍ଲ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ସ୍ତରର ଭାଓଲିନ ବାଦନ ପ୍ରତିଯୋଗିତା ରେ ତାଙ୍କୁ ଅଂଶ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସଙ୍ଗୀତ ସ୍କୁଲ ରେ ଯୋଗଦେବାର ପାଞ୍ଚ ବର୍ଷ ମଧ୍ୟରେ ସେ ନୃତ୍ୟ, ସଙ୍ଗୀତ ଓ ଏକକ ଅଭିନୟରେ ଭାଗ ନେଇ ଅନେକ ଥର ପୁରସ୍କୃତ ହୋଇଛନ୍ତି। ଏହା ସହ ସେ ଜିଲ୍ଲା ଓ ରାଜ୍ୟସ୍ତରୀୟ ଭାଓଲିନ ବାଦନ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସଫଳତା ଅର୍ଜନ କରି ଅନେକ ପଦକ ଓ ପ୍ରସଂଶା ପତ୍ର କରି ପାରିଛନ୍ତି। ଚିନ୍ମୟୀ କଟକ ରେ ଆୟୋଜିତ ବିଶ୍ୱନାଟ୍ୟ ଦିବସ ଅବସରରେ ଭାଓଲିନ ବାଦନରେ ପ୍ରଥମ ସ୍ଥାନ ଅଧିକାର କରି ପଦକ ଓ ପ୍ରସଂଶା ପତ୍ର ହାସଲ କରିଥିବା ବେଳେ ୨୦୨୧ ମସିହାରେ ଆୟୋଜିତ ରାଜ୍ୟ ସ୍ତରୀୟ ଅଲ୍ ଇଣ୍ଡିଆ ମଲ୍ଟି ଲିଙ୍ଗୁଆଲ ଚିଲ୍ଡେଂଶ ସଙ୍ଗୀତ ପ୍ରତିଯୋଗିତା ରେ ଭାଗ ନେଇ ଭାଓଲିନ ବାଦନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପରିବାର ଲୋକଙ୍କ ତତ୍ତ୍ଵାବଧାନ ଓ ଗୁରୁଙ୍କ ଯୋଗୁଁ ସେ ଏହି ସଫଳତା ହାସଲ କରି ପାରିଛନ୍ତି ବୋଲି ଚିନ୍ମୟୀ କୁହନ୍ତି। ଆଗାମୀ ଦିନରେ ପାଠପଢା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଭାଓଲିନ ବାଦନରେ ଦେଶପାଇଁ ସୁନାମ ଆଣିବା ଲକ୍ଷ୍ୟ ରହିଛି ବୋଲି ଚିନ୍ମୟୀ କୁହନ୍ତି ।।

Leave a Reply

Your email address will not be published. Required fields are marked *