ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର – ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ବ୍ୟାଙ୍କର ଏଟିଏମ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ନୟାଗଡ଼ ଟାଉନ ଥାନା ସବ୍ ଇନିସ୍ପେକ୍ଟର ଧର୍ମେନ୍ଦ୍ର ଶିଆଳ ଲୁଟେରାକୁ ମାଡି ବସିଥିଲେ । ସୁଚନାନୁସାରେ ଇଟାମାଟି ଥାନା ଅନ୍ତର୍ଗତ ଇକିରି ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ପୁଅ ନିତ୍ୟାନନ୍ଦ ଦାସ ଓରଫ ରାଜା ନୟାଗଡ଼ର ମହାରାଷ୍ଟ୍ର ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ମାଡି ବସିଥିଲା । ମହାରାଷ୍ଟ୍ର ବ୍ୟାଙ୍କର
ପରିଚାଳକ ପୁଜାଶ୍ରୀ ସାହୁ ନୟାଗଡ଼ ଟାଉନ ଥାନାକୁ ଏତଲା ଦେଇଥିଲେ । ନୟାଗଡ଼ ଟାଉନ ଥାନା ପକ୍ଷରୁ କେସ ନଂ ୩୨/୨୪ ରେ ମାମଲା ରୁଜୁ କରାଯାଇ ନିତ୍ୟାନନ୍ଦକୁ ଗିରଫ କରାଯାଇଛି । ଏଥି ସହ ନିତ୍ୟାନନ୍ଦଙ୍କ ଠାରୁ ଗ୍ୟାସ କଟର, ହାମର, ପେଚକସ, ପ୍ଳାସ, ଛୁରୀ ଓ ଦୁଇଟି ଏଟିମ କାର୍ଡ କୁ ଜବତ କରାଯାଇଛି ।
ଏଟିଏମ ଲୁଟ ଉଦ୍ୟମ ବେଳେ ଲୁଟେରାକୁ ମାଡି ବସିଲା ପୁଲିସ !!!

