ବାଣପୁରେ ଡ୍ରେନଜ ଓ ରାସ୍ତା ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ !!!

0
129

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦୀର୍ଘ ବର୍ଷ ଧରି ବାଣପୁର ଅଞ୍ଚଳରେ ଡ୍ରେନେଜ ନଥିବା ଦ୍ୱାରା ବାଣପୁର ବାସୀ ସଦାସର୍ବଦା ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଥିଲେ । ଡ୍ରେନେଜ ନିର୍ମାଣ ନିମନ୍ତେ ଦାବି ହୋଇ ଆସୁଥିବା ବେଳେ ଏହାକୁ ରାଜ୍ୟ ସରକାର ଗମ୍ଭୀରତାର ସହ ନେଇ ବାଣପୁର ରେ ଡ୍ରେନେଜ ନିର୍ମାଣ ନିମନ୍ତେ ୧୩ କୋଟି ଓ ଦାଶରଥୀପୁର ରାସ୍ତା ନିର୍ମାଣ ନିମନ୍ତେ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହାର ଶନିବାର ଦିନ ଭିତ୍ତି ପ୍ରସ୍ତର ସ୍ଥାପନା କାରାଯାଇଛି । ଶନିବାର ମଧ୍ୟାହ୍ନ ରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଯୋଗ ଦେଇ ଭିତ୍ତି ପ୍ରସ୍ଥର ସ୍ଥାପନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ଫାଇଭ୍ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ବାଣପୁର ବିଜ୍ଞାପିତ ଅଞ୍ଚଳର ପୂର୍ବତନ ଉପାଧ୍ୟକ୍ଷ ଦାଶରଥି ସାହୁ, ବିକ୍ରମ କେଶରୀ ଜେନା, ରବି ନାରାୟଣ ପାଲ ପ୍ରମୁଖ ଉପସ୍ଥିତ ଥିଲେ ।।

LEAVE A REPLY

Please enter your comment!
Please enter your name here