ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବ୍ୟକ୍ତିଗତ ଉଦ୍ୟମରେ ଦୀର୍ଘ ଛ ଦଶନ୍ଧି ଧରି ଚାଲିଛି ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣ ! ଖଜୁରୀପଦା ନୂଆସାହି ସ୍ଥିତ ନିଜ ବାସଭବନ ସମ୍ମୁଖରେ ପାରାୟଣ ଆରମ୍ଭ କରିଥିଲେ ସ୍ବର୍ଗତ ପରମାନନ୍ଦ ସାହୁ ! ଚଳିତ ବର୍ଷ ଏହା ତେଷଠି ବର୍ଷରେ ପଦାର୍ପଣ କରିଥିବା ସମୟରେ ମହାସମାରୋହ ରେ ନବ ଦିନ ବ୍ୟାପି ପାରାୟଣ ଆୟୋଜିତ ହୋଇଯାଇଛି ! ପରମାନନ୍ଦ ସାହୁ ଙ୍କ ବଡ ପୁଅ ଧ୍ରୁବ ଚରଣ ସାହୁ ଏବଂ ପରିବାର ଲୋକେ ଅତି ନିଷ୍ଠାର ସହିତ ଏହା ଆୟୋଜନ କରୁଛନ୍ତି ! ନ ଦିନ ବ୍ୟାପି ପୂଜା ଆଳତୀ ଯଜ୍ଞ ଚାଲିଥିବା ବେଳେ ଆଜି ଏହାର ପୂର୍ଣ୍ଣାହୁତି ! ପ୍ରତ୍ୟେକ ସନ୍ଧ୍ୟାରେ ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ମାନଙ୍କ ଦ୍ୱାରା ପ୍ରବଚନ ଆୟୋଜିତ ହୋଇଥିଲା !

Leave a Reply

Your email address will not be published. Required fields are marked *