ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କାମାକ୍ଷାନଗର ଥାନା ବେଢାପାଳ ଗ୍ରାମ ରେ ଛାତ ପଡୁଥିବା ବେଳେ ଭୋଜି ଖାଇ ଦୁଇ ମୃତ୍ୟୁ ଘଟଣା ସାମନାକୁ ଆସିବା ପରେ ସଚେତନ ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ l ଦୂଷିତ ପାନୀୟ ଜଳ ଯୋଗୁ ଏହି ଘଟଣା ଘଟିଥିବା ଆଶଙ୍କା କରାଯାଉଛି l ଫଳରେ ଘଟଣା ସ୍ଥଳରେ ଡାକ୍ତରୀଦଳ , ଆଶାକର୍ମୀ, ଅଙ୍ଗନବାଡି କର୍ମୀ ପହଞ୍ଚି ଲୋକମାନଙ୍କୁ ସଚେତନ କରାଉଛନ୍ତି l
ଗତ ତିନି ଦିନ ତଳେ ବେଢାପାଳ ଗ୍ରାମର ସବେଇ ବେହେରା ଙ୍କ ଘରେ ଢ଼ଳେଇ ପଡୁଥିଲା l ଢ଼ଳେଇ ରେ ନିୟୋଜିତ ଥିବା ଶ୍ରମିକ ଙ୍କପାଇଁ ସବେଇ ଙ୍କ ଘରେ ଭାତ, ଡାଲି, ତରକାରୀ, ଚିକେନ ଇତ୍ୟାଦି ରୋଷେଇ କରାଯାଇଥିଲା l କାମ ସରିବା ପରେ ଉପସ୍ଥିତ ଶ୍ରମିକ ମାନଙ୍କୁ ଖାଇବାକୁ ଦିଆ ଯାଇଥିଲା l ଖାଇବା ପରେ ଶ୍ରମିକ ମାନଙ୍କ ମୁଣ୍ଡ ବୁଲାଇବା ସହ ଝାଡାବାନ୍ତି ହୋଇଥିଲା l ଫଳରେ କାମ ରେ ନିୟୋଜିତ ଥିବା 20ରୁ ଉର୍ଦ୍ଧ ଶ୍ରମିକ ଗୁରୁତର ହୋଇ ଢେଙ୍କାନାଳ ଓ କଟକ ମେଡିକାଲ ରେ ଚିକିତ୍ସିତ ହେଉଥିବା ସମୟରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା l ଆହୁରି ଅନେକ ଶ୍ରମିକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି l ଏହି ଘଟଣା କୁ ଦୃଷ୍ଟି ରେ ରଖି ଜିରାଳ ଓ ମଠକରଗୋଳା ମେଡିକାଲ ର ଡାକ୍ତରୀ ଦଳ ସହ ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ପହଞ୍ଚି ପ୍ରକୃତ ଘଟଣା ର ତଦନ୍ତ ଚଳାଇଛନ୍ତି l ଦୂଷିତ ପାଣି ଯୋଗୁ ଏହି ପରି ହୋଇଥିବା ଅନୁମାନ କରାଯାଉଛି l ଯେଉଁମାନେ ଅସୁସ୍ଥ ଅନୁଭବ କରୁଛନ୍ତି ସେମାନେ ତୁରନ୍ତ ନିକଟରେ ଥିବା ମେଡିକାଲ କୁ ଯିବା ସହ ପ୍ରଚୁର ପରିମାଣରେ ଓଆରଏସ ପାଣି ପିଇବାକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସଚେତନ କରାଯାଉଛି l