ବାଣପୁର ତାଲୁକ୍ ଲିଗାଲ କମିଟି ହସ୍ତକ୍ଷେପ ପରେ ବୃଦ୍ଧା ପାଇଲେ ସରକାରୀ ସହାୟତା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗତ ଜୁନ ମାସ ୨୦ ତାରିଖ ଗୁରୁବାରେ ବାଲୁଗାଁ ସ୍ଥିତ ପାଟଣା ସାହି ର କଣ୍ଡୁରୀ ବେହେରାଙ୍କ ଚିଲିକା ଜେଟି ରେ ପାଦ ଖସିଯାଇ ମୃତ୍ୟୁ ହୋଇଥିଲା । ଏହି ଘଟଣା ର କୋଡିଏ ଦିନ ପରେ ମଧ୍ୟ କୋୖଣସି ସରକାରୀ ସହାୟତା ଏପରିକି ହରିଶ୍ଚନ୍ଦ୍ର ଯୋଜନା ସହିତ ଅନ୍ୟାନ ସହାୟତା ମିଳିଲା ନାହିଁ । ଏହା କୁ ନେଇ ଏକ ଖବର କାଗଜ ରେ ଖବର ପ୍ରକାଶିତ ହୋଇଥିଲା ! ଏହି ଖବର କୁ ବାଣପୁର ର ବରିଷ୍ଠ ଦେୱାନ ବିଚାରପତି ଶ୍ରୀଯୁକ୍ତ ଅମରେଶ ମହାପାତ୍ର ଜାଣିଲା ପରେ ସଙ୍ଗେ ସଙ୍ଗେ ତାଲୁକ୍ ଲିଗାଲ ଭଲୁଣ୍ଟାରୀ ଙ୍କୁ ଡକାଇ ଏହାର କିପରି ସେ ଦୁଃଖୀ ପରିବାରକୁ ସହାୟତା ମିଳିବ ସେଥିପାଇଁ ପଦକ୍ଷେପ ନେବା ପାଇଁ ଜଣାଇଥିଲେ । ତାଲୁକ୍ ଲିଗାଲ ଭଲୁଣ୍ଟର ଶ୍ରୀ ଅମିତାଭ ପଟ୍ଟଯୋଶୀ ଏହି କାର୍ଯ୍ୟ କରିବାକୁ ଯାଇ ବାଲୁଗାଁ ବିଜ୍ଞାପିତ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ତହସିଲଦାର ଙ୍କ ସହିତ ଯୋଗାଯୋଗ କରିବା ସହିତ ବିଚାରପତି ସାର ଙ୍କ ନିର୍ଦେଶ ଯୋଗୁ ଆଜି ସେହି ପରିବାର ତାର ପ୍ରାପ୍ତ୍ୟ ପାଇଲେ ଓ ତତ ସହିତ ରେଡକ୍ରସ ଓ ଅନୁକମ୍ପା ମୂଳକ ରାଶି ମିଳିବା ପାଇଁ ସବୁ ପଦକ୍ଷେପ ନିଆଗଲା ।

Leave a Reply

Your email address will not be published. Required fields are marked *