ନାଚୁଣୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ପୁରୁଣା ଜାତୀୟ ରାଜପଥ ନଂ ୫ ଯାଇଥିବା ନାଚୁଣୀ ବଜାର ଦିନକୁ ଦିନ ପ୍ରସାରିତ ହୋଉଥିବା ବେଳେ ଦୈନିକ ହଜାର ହଜାର ସଂଖ୍ୟକ ଜନତା ଏହା ଉପରେ ନିର୍ଭର କରୁଛନ୍ତି । ଏହି ମାର୍କେଟ ସନ୍ନିକଟ ବିଭିନ୍ନ ସରକାରୀ ବେସରକାରୀ ବ୍ୟାଙ୍କ , ସରକାରୀ କାର୍ଯ୍ୟାଳୟ , ସ୍କୁଲ , କଲେଜ, ଛୋଟ ବଡ଼ ବ୍ୟବସାୟ ସଂସ୍ଥା ତଥା ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଇତ୍ୟାଦି ରହିଅଛି । ଯେଉଁଥି ପାଇଁ ଦୈନିକ ୧୦ ରୁ ଉର୍ଦ୍ଧ୍ବ ପଞ୍ଚାୟତ ବାସି ଏହା ଉପରେ ନିର୍ଭର କରନ୍ତି । ଏହା ସତ୍ତ୍ୱେ ଏଠାରେ ପଥ ପାର୍ଶ୍ୱରେ ଉଜ୍ବଳ ଆଲୋକ ବ୍ୟବସ୍ଥା ନାହିଁ । ଯାହା ପାଇଁ ଅଞ୍ଚଳ ବାସି ନିଜକୁ ଯାତାୟାତ ସମୟରେ ସୁରକ୍ଷିତ ନ ମଣିବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଶେଷ କରି ସନ୍ଧ୍ୟା ପରେ ବୟସ୍କ ଲୋକଙ୍କ ଉପରେ ଏହା ର ପ୍ରଭାବ ପଡୁଛି । ପୂର୍ବରୁ ୯ ନଭେମ୍ବର ୨୦୦୬ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଗମନରେ “ଗୋପବନ୍ଧୁ ଗ୍ରାମୀଣ ଯୋଜନା” ଦ୍ଵାରା ପଥ ପାର୍ଶ୍ବ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଇଥିଲା, ଯାହାର ଏବେ ଦୀର୍ଘ ୧୮ ବର୍ଷ ପରେ ଅସ୍ତିତ୍ଵ ନାହିଁ । ତେଣୁ ଅଞ୍ଚଳ ବାସି ନାଚୁଣୀ ବଜାର ର ପଥ ପାର୍ଶ୍ଵରେ ଆଲୋକ ବ୍ୟବସ୍ଥା ପାଇଁ ଦାବି ଜଣାଇଛନ୍ତି ।
ନାଚୁଣୀ ବଜାର ରେ ପଥ ପାର୍ଶ୍ଵରେ ଉଜ୍ବଳ ଆଲୋକ ବ୍ୟବସ୍ଥା ପାଇଁ ଦାବି !!!

