ନୟାଗଡରେ କୋଭିଡ କଟକଣା କଡାକଡି !

0
319

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଦେଶରେ ପୁଣିଥରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଆମ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟ କରୋନା ତାର ଭୟାବହତା ଆରମ୍ଭ କରିଥିବା ସମୟରେ ପୁଣି ଚିହ୍ନଟ ହେଲେଣି ଆକ୍ରାନ୍ତ । ନୟାଗଡ଼ ଜିଲ୍ଲା ରେ କରୋନା ସ୍ଥିତି ଆୟତ୍ତରେ ଥିଲେ ସୁଦ୍ଧା ଜିଲ୍ଲା କୁ ସମ୍ପୁର୍ଣ୍ଣ କରୋନା ମୁକ୍ତ ରଖିବା ପାଇଁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଏଥିପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଟାଉନଥାନା ଆଇଆଇସି ଜୟଦୀପ ମହାନ୍ତି ଙ୍କ ତତ୍ତ୍ୱାବଧାନରେ ଏସଆଇ ଧର୍ମେନ୍ଦ୍ର ଶିଆଳ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ମାସ୍କ ଚେକିଙ୍ଗ୍ ଆରମ୍ଭ କରାଯାଇଛି । ଆଜି ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନତା କରାଯାଇଥିବା ବେଳେ କେତେକ ଅମାନିଆ ଲୋକ ଙ୍କ ଠାରୁ ଫାଇନ ବାବଦରେ ପ୍ରାୟ ତିିନି ହଜାରରୁ ଅଧିକ ଟଙ୍କା ଆଦାୟ କରାଯାଇଥିବା ଜଣାପଡ଼ିଛି । ବିନା କାମରେ ସର୍ବସାଧାରଣ ସ୍ଥାନରେ ଗହଳି କରିବା , ବିନା ମାସ୍କ ରେ ବୁଲିବା , ବ୍ୟବସାୟ ସମୟରେ ସାମାଜିକ ଦୂରତା ନ ମାନିବା ପାଇଁ ରୋକ ଲାଗିଛି ଜିଲ୍ଲା ପ୍ରଶାସନ .

LEAVE A REPLY

Please enter your comment!
Please enter your name here