ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଶ୍ରୀ ଅନ୍ନ ଅଭିଯାନ ତରଫରୁ ତ୍ରିରଙ୍ଗା ଯୁବକ ସଂଘ ପଦ୍ମପୁର ଆନୁକୁଲ୍ୟରେ ସୌରଚାଲିତ ବୋରୱେଲ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ! ସାଂସଦ ପ୍ରଦୀପ ପୁରୋହିତ ଯୋଗଦେଇ ଶୁଭ ଉଦଘାଟନୀ କରି ମାଣ୍ଡିଆ ଚାଷ ପରିଦର୍ଶନ କରିଥିଲେ l ଉକ୍ତ ମହୋତ୍ସବରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଶନ୍ନ କୁମାର ମିଶ୍ର, କୃଷି ଜିଲ୍ଲା ଅଧିକାରୀ ପ୍ରଭାସ ପଣ୍ଡା, ବ୍ଲକ କୃଷି ଅଧିକାରୀ ଶ୍ରୀମତୀ ଝୁମି ମେହେର ଏବଂ ତ୍ରିରଙ୍ଗା ଯୁବକ ସଂଘର ସଭାପତି ହୃଦାନନ୍ଦ ନାୟକ ଓ ଜିଲ୍ଲା ସଂଯୋଜକ ସବ୍ୟସାଚୀ ହନୁମାନ ଓ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ l ଉକ୍ତ ସଭାରେ ଶ୍ରୀ ଅନ୍ନ ଅଭିଯାନର ବ୍ଲକ ସଂଯୋଜକ ତୁଲେଶ୍ୱର ବୈକାର ସ୍ବାଗତ ଭାଷଣ ଏବଂ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷରେ ଶ୍ରୀ ତରଣୀସେନ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

