ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଅଣ କର୍ମଚାରୀଙ୍କ ରାଜୁତି !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିର୍ବାଚନ ମଣ୍ଡଳୀରେ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ନେଇ ବିଭିନ୍ନ ସମୟରେ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଥାଏ . ବାଙ୍କୀ ସଦର ମହକୁମା ସମେତ କଳାପଥର , ବୈଦେଶ୍ଵର , ଡମପଡା , ବ୍ରହ୍ମପୁରା , ପଥୁରୀପଡା ଏବଂ ସୁବର୍ଣ୍ଣପୁର ଚିକିତ୍ସାଳୟରେ ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ହେବା ପରେ ସୁଦ୍ଧା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଶୁନ . ତେବେ ବାଙ୍କୀ ମେଡିକାଲ ରୁ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି ତାହା ଯେତିକି ଚିନ୍ତାଜନକ ସେତିକି ସାଙ୍ଘାତିକ . ଡାକ୍ତରଖାନା ଭିତରେ ଡାକ୍ତର ଏବଂ ଷ୍ଟାଫ ନର୍ସ ଥାଇ ସୁଦ୍ଧା ବାହାର ଲୋକ ରୋଗୀଙ୍କୁ ସାଲାଇନ ଲଗାଇବା ଘଟଣା ନେଇ ଦେଖା ଦେଇଛି ଉତ୍ତେଜନା . କାହା ଅନୁମତିରେ ଏବଂ କିପରି ବାହାର ଲୋକ ୱାର୍ଡ ଭିତରେ ପ୍ରବେଶ କରି ରୋଗୀଙ୍କୁ ସାଲାଇନ ଦେଲେ ତାହା ତଦନ୍ତସାପେକ୍ଷ ବୋଲି ସାଧାରଣରେ ଦାବୀ ହେଉଛି .

Leave a Reply

Your email address will not be published. Required fields are marked *