ଶାସନ ବାଡିରେ ପଡ଼ିଚ଼ ରଚ଼ିଲେ ମା’ ସାଆନ୍ତାଣୀ ଭଗବତୀ : ଆଠ ଶାସନ ଉତ୍ସବ ମୁଖର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶ୍ରୀକ୍ଷେତ୍ରର ଷୋଳ ଶାସନ ପରି ବଙ୍କାଡ଼ଗଡ଼ରାଜବଂଶଙ୍କ ଦ୍ଵାରା ପ୍ରତିଷ୍ଠିତ ବାଣପୁରର ଆଠଶାସନର ଇଷ୍ଟଦେବୀ ମା’ ଭଗବତୀ ବରଷକେ ଥରେ ଶାସନ ବାଡ଼ିର ପ୍ରତି ବ୍ରାହ୍ମଣଙ୍କ ଘରେ ଶଙ୍କୁଡ଼ି ଭୋଗ ଲାଗି ହେବାର ପରମ୍ପରା ସମଗ୍ର ଉତ୍କଳରେ ମାନବୀୟ ଲୀଳାର ଏକ ସ୍ୱତନ୍ତ୍ର ପରମ୍ପରା । ଫାଲଗୁନ ଶୁକ୍ଳ ତ୍ରୟୋଦଶୀ ରେ ଆଠ ଶାସନର ଆରାଧ୍ୟ ଠାକୁରମାନେ ସମ୍ମିଳିତ ଭାବରେ ବାଜା, ବାଣ,ରୋଷଣୀ ଥାଟ ପଟୁଆରରେ ଆସି ମା’ ଭଗବତୀଙ୍କୁ ଚ଼ାଚ଼େରୀଭୋଗ ଖିଆକୁ ନିମନ୍ତ୍ରଣ କରି ଯାଇଥିଲେ । ସକଳ ଦେବତାଙ୍କ ନିମନ୍ତ୍ର ରକ୍ଷା କରି ମା’ ଚତୁର୍ଦ୍ଦଶୀ ତିଥିର ମଧ୍ୟରାତ୍ରରେ ବାଲୁଗାଁର ଆରାଧ୍ୟ ଠାକୁର ଶ୍ରୀଉମାମହେଶ୍ୱର ଦେବଙ୍କୁ ନିଜ ପିତ୍ରାଳୟଦକ୍ଷ ପ୍ରଜାପତି ମନ୍ଦିରର ଦାୟିତ୍ୱ ଦେଇ ମନ୍ଦିର କୁ ଢ଼ୁଆ ଦ୍ଵାରପାଖରେ ଜଗାଇ ଦେଇ ଘଣ୍ଟା, ଘଣ୍ଟ, କାହାଳୀ, ଆଲଟଚ଼ାମର, ଛତ୍ର ତରାଶ ,ମଶାଲ ,ବାଣରୋଷଣିରେ ଥାଟ ପଟୁଆର ଧରିନିଯୋଗୀ ସେବାୟତଙ୍କ ସହିତ ବାହାରିଥିଲେ ଶାସନ ବାଡ଼ି । ପ୍ରଥମେ ବଙ୍କାଡ଼ରାଜବଂଶର ରାଜା ଅଚ୍ୟୁତ ମାନସିଂହ ମର୍ଦ୍ଦରାଜ ହରିଚ଼ନ୍ଦ୍ରଙ୍କ ନାମରେ ନାମିତ ଅଚ୍ୟୁତରାଜପୁର ଶାସନ ଗ୍ରାମବାସୀ ପ୍ରତି ବ୍ରାହ୍ମଣ ପରିବାର ଘରେ ଘରେ ଖେଚଡ଼ି, ଡାଲି, ମାଛମହୁର, ମାଛ ଗୁଣ୍ଡି ଭଜା , କ୍ଷୀରି,ନାନାଦି ପ୍ରକାରର ସ୍ଵାଦିଷ୍ଟପିଠାପଣା, ମୁଆଁ ଶାକର, ଫଳ ମୂଳ ସହିତ ଶାଢିଛୁଡ଼ି ଅଳତା,ଲାଗି କରାଇ ଆନନ୍ଦ ଉଲ୍ଲାସର ସହିତ ମା’ଙ୍କୁ ବାଜାରୋଷଣିରେ ବିଦାୟ ଦେଇଥିଲେ ।ପରେ ସେହି ରାଜବଂଶର ଶ୍ରୀନିବାସ ମାନସିଂମର୍ଦ୍ଦରାଜ ହରିଶ୍ଚନ୍ଦ୍ରଙ୍କ ନାମରେ ନାମିତ ଶ୍ରୀନିବାସ ପୁରଶାସନର ବ୍ରାହ୍ମଣମାନେ ମା’ଙ୍କୁ ପାଛୋଟି ନେଇ ନିଜନିଜ ଦୁଆରେ ସେହିଭଳି ଶଙ୍କୁଡ଼ି ନିଶଙ୍କୁଡ଼ି ଭୋଗ ଲାଗି କରାଇ ଥାଟ ପଟୁଆରରେ ବିଦାୟ ଦେଇ ଥିଲେ ।ସେହି ରାଜବଂଶର ପାଟରାଣୀ ତୁଳସୀ ମଞ୍ଜରୀ ପାଟମହାଦେଇଙ୍କ ନାମରେ ନାମିତ ତୁଳସୀ ଦେଇପୁରଶାସନର ଗ୍ରାମବାସୀ ଆନନ୍ଦ ଉଲ୍ଲାସର ସହିତ ମା’ଙ୍କୁ ପାଛୋଟି ନେଇ ପ୍ରତି ଘରେ ଘରେ ପ୍ରସ୍ତୁତ ଶଙ୍କୁଡ଼ି ନିଶଙ୍କୁଡ଼ି ଭୋଗ ଲାଗି କରାଇବା ପରେ ମହାନ୍ତି ସାହି କୋଠଦୁଆରେ ଭୋଗ ଲାଗି ପରେ କାଠିନାହାକ(ମା’ କାଠି ଠାକୁରାଣିଙ୍କୁ କାନ୍ଧରେ ଧରି ନେଉଥିବା ସେବାୟତ)ଙ୍କ ଦୁଆରେ ଗଜାମୁଆଁ ଲାଗି ପରେ ଶ୍ରୀରଙ୍କନାଥ ଓ ଶ୍ରୀଉମାମହେଶ୍ୱରଦେଵ ଶ୍ରୀଦକ୍ଷେଶ୍ଵରଦେବଙ୍କୁ ସାଥିରେ ଧରି ବାପଘର ପରିଛାସାଆନ୍ତଙ୍କ ଦୁଆରେ ବିଭିନ୍ନଶଙ୍କୁଡ଼ି, ନିଶଙ୍କୁଡ଼ି ଭୋଗ ସହିତ ପଖାଳତୋରାଣି ମାଛ ଗୁଣ୍ଡି ଭଜା ଖାଇ ଅଗିରା ପଡ଼ିଆକୁ ବିଜେ କରି ଅଗ୍ନି ଉତ୍ସବ ପରେ ଶ୍ରୀ ଉମାମହେଶ୍ଵରଙ୍କୁ ବିଦାୟ ନେବା ପରେ ମନ୍ଦିରକୁ ବାହୁ ଡ଼ିବେ। ଦୋଳ ପୂର୍ଣ୍ଣମୀରେ ଦୋଳି ଖେଳିବେମାସାଆନ୍ତାଣୀ | ବରଷକେ ଥରେ ଦୋଳପୁନିଅରେ ନିଜର ଇଷ୍ଟଦେବୀ ମହାମାଇ ମା’ଭଗବତୀଙ୍କୁ ନିଜ ନିଜ ଘରେ ପଡ଼ିଚରଚିବା ପାଇଁ ନାନାଦି ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଲାଗି କରାଇବାକୁ ଅତିପୂର୍ଣ୍ୟକାର୍ଯ୍ୟ ମନେକରି ଛୁଟି ନେଇ ଦୂର ଦୂରାନ୍ତରରେ ରହୁଥିବା ପ୍ରତି ବ୍ରାହ୍ମଣପରିବାର ମଧ୍ୟ ଗାଁଙ୍କୁ ଛୁଟି ଆସିଥାନ୍ତି । ଏହି ଦିନ ପ୍ରତି ଘରମାନଙ୍କରେ ପୁଅବହୁ ,ଝୀଅ ଜ୍ୱାଇଁ ବନ୍ଧୁବାନ୍ଧବକୁଣିଆମାନଙ୍କ ସମାଗମରେ ଭୋଜିଭାତ ମଜାମଜଲିସ୍ ରେ ଗାଁଦାଣ୍ଡ ଉଚ୍ଛୁଳିପଡୁଛି । ଫାଲଗୁନ ଶୁକ୍ଳ ଦଶମୀରୁଓଡ଼ିଶାର ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ପ୍ରତିପୁରପଲ୍ଲୀରେ ଦୋଳଗୋବିନ୍ଦଙ୍କ ସହିତ ଅନ୍ୟଦେବତାମାନେ ଚ଼ାଚେରୀଭୋଗରେ ଗ୍ରାମ ପରିକ୍ରମା କରୁଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟାଦେବୀ ମା’ଭଗବତୀ ଦେବୀଏକା ଏକା ଗ୍ରାମମାନଙ୍କରେ ଚାଚେରୀରେ ଆମିଷ ଭୋଗ ସେବନ କରିବାର ବିଧି ପରମ୍ପରା ସଂପୂର୍ଣ୍ଣ ନିଆରା । ମା’ଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ, ପରିଚାଳନା କମିଟି ଓ, କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ୱିନୀ ମିଶ୍ର,କମଳମିଶ୍ର ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରିଥିବା କଥା କାର୍ଯ୍ୟନିର୍ବାହୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *