ପାଇକମାଳ ସଡ଼କପଡ଼ା ରେ ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପାଇକମାଳ ସଡ଼କପଡ଼ା ରେ ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ ! ବରଗଡ଼ ଜିଲ୍ଲା ପାଇକମାଳ ସଡ଼କପଡ଼ାରେ ଚାଲିଥିବା ଚବିଶ ପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି । ସକାଳେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ! ଦିନ ବାର ଟା ରୁ କଳି ଯୁଗର ମହମନ୍ତ୍ର ହରେ କୃଷ୍ଣ ହରେ ହରେ , କୃଷ୍ଣ କୃଷ୍ଣ ହରେ ହରେ , ରାମ ରାମ ହରେ ହରେ , ରାମ ରାମ ହରେ ହରେ ଜପ ଆରମ୍ଭ ହୋଇଥିଲା । ଦିନ ବାରଟା ସମୟରେ ନାମଯଜ୍ଞର ପୂର୍ଣ୍ଣାହୁତି ପଡ଼ିଥିଲା । ଏହି ନାମଯଜ୍ଞରେ ଘନ ସୂପକାର ଓ ତାଙ୍କ ସହଧର୍ମିଣୀ ସଙ୍ଗୀତ ସୂପକାର କର୍ତ୍ତା ଦାୟିତ୍ଵ ତୁଲାଇ ଥିବା ବେଳେ ପଣ୍ଡିତ ଡିଗ୍ରୀଧର ଦେବତା ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ । ଏହି ନାମଯଜ୍ଞରେ ସଡ଼କପଡ଼ା ସଂକୀର୍ତ୍ତନ ଦଳ ସହ ଦୂର ଦୂରାନ୍ତର ରୁ ୧୨ ଗୋଟି ସଂକୀର୍ତ୍ତନ ଦଳ ଏବଂ ୬ ଟି ଦର୍ଶନୀ ଦଳ ଅଂଶ ଗ୍ରହଣ କରିଥିଲେ । ନାମଯଜ୍ଞ ସମାପ୍ତ ହେବା ପରେ ବୈଠକି କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ରାତିରେ ସ୍ଵତନ୍ତ୍ର ବୈଠକି କାର୍ଯ୍ୟକ୍ରମ ୩ ଗୋଟି ସୁପ୍ରସିଦ୍ଧ ଦଳକୁ ନେଇ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବହୁ ସଂଖ୍ୟାରେ କୀର୍ତ୍ତନ ପ୍ରେମୀ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ନାରାୟଣ ନାଏକ, ଜୟଦେବ ମଟାରି, ଗୁପେନ୍ଦର ପ୍ରଧାନ,ଦିଲୀପ ସାହୁ, ଡୁଲା ସାହୁ,କାଜୁ ପ୍ରଧାନ, ଦୁଲହରୀ ସାହୁ, ରାଜୁ ପ୍ରଧାନ, ଗିତୁ ମହାକୁର, ତରଣୀ ସାହୁ, ନୀଳ ସାହୁ ଓ ଶୁକଦେବ ପ୍ରଧାନ ପ୍ରମୁଖ ମୁଖ ଭୂମିକା ଗ୍ରହଣ କରିଥିବା ବେଳେ ସଡ଼କପଡ଼ା ସମସ୍ତ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *