ପୁଣି ସାମନାକୁ ଆସିଲା ଚିଟଫଣ୍ଡ କେଳେଙ୍କାରୀ ଘଟଣା : ହେଜେକ୍ସ ଫଣ୍ଡ ଦ୍ଵାରା ଓଡ଼ିଶାରୁ ୧୩୯ କୋଟି ଟଙ୍କା ଠକେଇର ପର୍ଦ୍ଦାଫାଶ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁଣି ସାମନାକୁ ଆସିଲା ଚିଟଫଣ୍ଡ କେଳେଙ୍କାରୀ ଘଟଣା ! ହେଜେକ୍ସ ଫଣ୍ଡ ଦ୍ଵାରା ଓଡ଼ିଶାରୁ ୧୩୯ କୋଟି ଟଙ୍କା ଠକେଇର ପର୍ଦ୍ଦାଫାଶ । ମିନିଷ୍ଟ୍ରି ଅଫ କର୍ପୋରେଟ ଆଫେୟାର୍ସ ରୁ ପଂଜୀକରଣ କରାଇ ଦିନେଶ କୁମାର ଜୈନ , କୁଲଦୀପ ସିଂହ ପନ୍ଵର ସଂସ୍ଥା ଆରମ୍ଭ କରିଥିବା ସମୟରେ , କଟକର ପ୍ରଦୀପ କୁମାର ରାଉତ, ରବୀନ୍ଦ୍ର କୁମାର ପାତ୍ର, ପ୍ରମୋଦ କୁମାର ଭୋଳ, ଦିଲ୍ଲୀପ କୁମାର ବିଶ୍ବାଳ, ଭୁବନେଶ୍ଵର ର ସାରଦା ଦାସ, ସୁଧୀର ମାରାଣ୍ଡି ପ୍ରଲୋଭନ ଦେଖାଇ କଟକ, ପୁରୀ, ଭୁବନେଶ୍ୱରରେ ଥିବା ତାରକା ହୋଟେଲରେ ମିଟିଙ୍ଗ କରି ବେକାର ଯୁବକ ଯୁବତୀଙ୍କୁ ଫିକ୍ସ ଇନକମ ଦେବାକୁ କହି ଅଭିନବ ଉପାୟରେ ଟ୍ରେଡିଂ କରିବାକୁ କହି ୧୩୯ କୋଟି ଟଙ୍କା ଠକିନେଇ ଆଉ ଧରା ଛୁଆଁ ଦେଉନଥିବା ଅଭିଯୋଗ ଆସିଛି ! ହେଜେକ୍ସ ଫଣ୍ଡ ଯେହେତୁ ମିନିଷ୍ଟ୍ରି ଅଫ କର୍ପୋରେଟ ଆଫେୟାର୍ସ ର ଲାଇସେନ୍ସ ଦେଖାଇଥିଲା ଲୋକ ମାନଙ୍କର ବିଶ୍ୱାସ ଭାଜନ ହୋଇ ବଡ ବଡ ମିଟିଙ୍ଗି ମାଧ୍ୟମରେ ପ୍ରତାପ କୁମାର ରାଉତ ଅନ୍ୟ ପ୍ରମୋଟର ମାନଙ୍କ ମାଧ୍ୟମରେ ଓଡ଼ିଶାର ଜନ ସାଧାରଣ ମାନଙ୍କୁ ଦୁଇ ଗୁଣ ଇନଭେଷ୍ଟମେଣ୍ଟ ଆକାଉଣ୍ଟ ଓ ଯେଉଁମାନେ ଚେନ ମାଧ୍ୟମରେ ଲୋକଙ୍କୁ ଯୋଡ଼ିବେ ଫିକ୍ସ ଇନକମର ପ୍ରତିଶୃତି ଦେଇ ବିଜିନେସ ପ୍ଲାନ ପ୍ରମୋଟ କରି ଏବେ ସବୁ କିଛି ବନ୍ଦ କରି ଧରାଛୁଆଁ ଦେଉନଥିବା ଅଭିଯୋଗ ଆସିଛି । ପ୍ରଦୀପ କୁମାର ରାଉତ , ହେଜେକ୍ସ ଫଣ୍ଡର ସିଏମଡି ଦିନେଶ କୁମାର ଜୈନ ଏବଂ ଇଣ୍ଡିଆ ହେଡ ପ୍ରମୋଟର କୁଲଦୀପ ସିଂହ ପନ୍ୱରଙ୍କ ସାଙ୍ଗରେ ମିଶି ଓଡ଼ିଶାର ଜନସାଧାରଣ ମାନଙ୍କୁ ବିଭିନ୍ନ ମିଟିଙ୍ଗ ଜରିଆରେ ପ୍ରତି ଜିଲ୍ଲାରେ ଏ ଠକେଇ କରିବାରେ ଲିପ୍ତ ଥିବାର ପର୍ଦ୍ଦାଫାଶ ହୋଇଛି । କେବଳ ଯେ ଓଡ଼ିଶାରେ ଟ୍ରେଡିଂ ନାଁରେ ଠକେଇ ହୋଇଛି ତାହାନୁହେଁ ଆସାମ , ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ, ୱେଷ୍ଟ ବେଙ୍ଗଲ ରେ ମଧ୍ୟ ସମାନ ଭାବରେ ଠକେଇ ହୋଇଥିବାର ପର୍ଦ୍ଦାଫାଶ ହୋଇଛି । ୟୁଟ୍ୟୁବ ଓ ହ୍ଵାଟ୍ସଆପ ମାଧ୍ୟମରେ ଦିନେଶ କୁମାର ଜୈନ, କୁଲଦୀପ ସିଂହ ପନ୍ୱର, ପ୍ରଦୀପ କୁମାର ରାଉତ କିପରି ଭାବେ ବିଭିନ୍ନ ତାରକା ହୋଟେଲରେ ମିଟିଙ୍ଗ କରି ମିଳିତ ଭାବେ ମୁଖ୍ୟ ପ୍ରମୋଟର ଭାବେ ଏହି କମ୍ପାନୀକୁ ଇନଭେଷ୍ଟର ଆଉ ବେକାର ଯୁବକ ଯୁବତୀଙ୍କୁ ମାସିକ ଫିକ୍ସ ଇନକମ ର ପ୍ରଲୋଭନ ଦେଖାଇ ଶେଷରେ ୱେବ ସାଇଟ ବନ୍ଦ କରି ପୁଣି ଏକ କମ୍ପାନୀ ଗଢି ସେୟାର ନିବେଶ କରିବାକୁ ବାଧ୍ୟ କରୁଛନ୍ତି । ଦିନେଶ କୁମାର ଜୈନ ଆଉ ମୁଖ୍ୟ ପ୍ରମୋଟର କୁଲଦୀପ ସିଂହ ପନ୍ୱର , ପ୍ରଦୀପ କୁମାର ରାଉତ ଙ୍କୁ ଫୋନ କରିବାରୁ ସରଳ ଇନଭେଷ୍ଟର ମାନଙ୍କୁ ଧମକ ଚମକ ଦେବା ଏବଂ ଜୀବନରେ ମାରି ଦେବାକୁ ମଧ୍ୟ ଧମକ ଦେବା ଆରମ୍ଭ କଲେଣି । ସିରିଜ୍ ଠକେଇ କରିବା ପାଇଁ ଏମାନେ କୌଶଲ୍ୟା ୱେଲଫେୟର ଫାଉଣ୍ଡେସନ ନାମରେ ଏକ ବେସରକାରୀ ସଂସ୍ଥା ପଂଜୀକରଣ କରି ଲାବଣ୍ୟ ମାଣ୍ଟ , ଆର୍ଥ ଏଫଏକ୍ସ , ଲୁକସ ଇନଭେଷ୍ଟମେଣ୍ଟ ଫ୍ରୀକ ମାର୍କେଟ ନାମରେ ବିଭିନ୍ନ ସଂସ୍ଥା ମାଧ୍ୟମରେ ଲୁଟ କରି ଚାଲିଛନ୍ତି । ଓଡ଼ିଶାର ଜନସାଧାରଣ ମାନଙ୍କୁ କିଛି ମୁଷ୍ଟିମେୟ ଠକ ପ୍ରତାପ କୁମାର ରାଉତ ଭଳି ପ୍ରମୋଟର ମାନଙ୍କ ଜରିଆରେ ଏକାଧିକ କମ୍ପାନୀ ଫର୍ମେସନ କରି ଓଡ଼ିଶାର ଜନସାଧାରଣ ଓ ବେକାର ଯୁବକ ଯୁବତୀଙ୍କୁ ପ୍ରଲୋଭନ ଯେପରିକି କୋଟିପତି ହେବାର ସହଜ ଉପାୟ ଦେଖାଇ ଶେଷରେ ସର୍ବସ୍ୱାନ୍ତ କରି ପୁଣି ଏକ ନୂଆ ଠକେଇ ଯୋଜନାରେ ଲାଗି ଯାଇଛନ୍ତି । ଏମାନଙ୍କ ମୁଖାର ପର୍ଦ୍ଦାଫାଶ କରାଯାଇଛି ଆମ ଚ୍ୟାନେଲ ଜରିଆରେ । ଏହି କୁଖ୍ୟାତ ଠକ ମାନେ ପ୍ରଥମେ ବେକାର ଯୁବକ ଯୁବତୀଙ୍କୁ ତାରକା ହୋଟେଲ ମାନଙ୍କୁ ଡକାଇ ଫିକ୍ସ ଇନକମ ପ୍ରଲୋଭନ ଏବଂ କିଛି ଫରଜି କାଗଜପତ୍ର ଦେଖାଇ ପ୍ରଥମେ ତାଙ୍କୁ ନିବେଶକ ମାନଙ୍କୁ ଡକାଇବା କାମରେ ଲଗାଇଛନ୍ତି। ! ନିବେଶକ ମାନଙ୍କୁ ବିଦେଶ ଭ୍ରମଣ ଆଉ ମୋଟା ଲାଭର ପ୍ରଲୋଭନ ଦେଖାଇ ଠକିବାରେ ସଫଳ ହୋଇଛନ୍ତି । ଏମାନଙ୍କ ସାଙ୍ଗରେ ପ୍ରମୋଟର ମାନେ ମିଶି ଏକ ରାକେଟ ଗଠନ କରି କୋଟି କୋଟି ଟଙ୍କା ଆତ୍ମସାତ କରୁଛନ୍ତି। ସକ୍ରିୟ ଠକମାନେ ଏବେ ଗୋଟିଏ କମ୍ପାନୀ ବନ୍ଦ କରି ପୁଣି ଅନ୍ୟ କମ୍ପାନୀ ଖୋଲି ବିଭିନ୍ନ ତାରକା ହୋଟେଲ ମାନଙ୍କରେ ପୂର୍ବ ଭଳି ଠକେଇ ରେ ଲିପ୍ତ ଅଛନ୍ତି । ହାୱଲା ମାଧ୍ୟମରେ ଟଙ୍କା ଦେଣ ନେଣ ଯୋଗୁଁ ଉପଯୁକ୍ତ ପ୍ରମାଣ ଅଭାବ ଯୋଗୁଁ ଓ ଏମାନଙ୍କର ଠକେଇ କରିବାର କୌଶଳକୁ କାର୍ଯ୍ୟାନୁଷ୍ଠାନ ପରିସରଭୁକ୍ତ କରାଯାଇନାହିଁ ! କଟକ, ପୁରୀ, ଭୁବନେଶ୍ୱର, ବାଲେଶ୍ଵର, କୋରାପୁଟର ୧୨ ହଜାର ରୁ ଅଧିକ ନିରୀହ ଜନସାଧାରଣ ଠକାମୀ ର ଶୀକାର ହୋଇଥିବା ସମୟରେ ସେମାନଙ୍କୁ ଧରିବା ଏବଂ ମୂଳଧନ ଫେରି ପାଇବା ସହ ସରକାର ଏଥିରେ ହସ୍ତକ୍ଷେପ କରିବା ପାଇଁ ଗଣମାଧ୍ୟମ ଜରୀଆରେ ଅନୁରୋଧ କରିଛନ୍ତି କ୍ଷତିଗ୍ରସ୍ତ ଲୋକେ !

Leave a Reply

Your email address will not be published. Required fields are marked *