ଆମ୍ ଆଦମୀ ପାର୍ଟି ଓଡିଶାର ରାଜ୍ୟ ସ୍ତରୀୟ ଯୁବ ସମ୍ମିଳନୀ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ଆମ୍ ଆଦମୀ ପାର୍ଟି ଓଡିଶାର ରାଜ୍ୟ ସ୍ତରୀୟ ଯୁବ ସମ୍ମିଳନୀ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଯୁବ ସଭାପତି ରୁଚିର ରୁଦ୍ର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରୁ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏହି ସଭାରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଯୁବ ସଂଗଠନର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ତୃଣମୂଳ ସ୍ତରରେ ଦଳର ବିଚାରଧାରା ପହଞ୍ଚାଇବା ସହ ସଂଗଠନକୁ ମଜବୁତ୍ କରିବା ନିମନ୍ତେ ଆହ୍ବାନ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲା ସଭାପତି ଓ ରାଜ୍ୟ ନେତୃବୃନ୍ଦ ଯୋଗଦେଇ ଯୁବ ସଂଗଠନର ଉତ୍ସାହବର୍ଦ୍ଧନ କରିଥିଲେ । ରାଜ୍ୟ କମିଟି ସହ ବିଭିନ୍ନ ଜିଲ୍ଲାର ଯୁବ କମିଟିରେ ଦାୟିତ୍ୱ ପାଇଥିବା ସଦସ୍ୟ ମାନଙ୍କର ନାମ ଘୋଷଣା କରାଯାଇଥିଲା । ବିଭିନ୍ନ ଜିଲ୍ଲାର ଜିଲ୍ଲା ଯୁବ ସଭାପତି ମାନେ ଅଭିଭାଷଣ ପ୍ରଦାନ କରିବା ସହ ଆଗାମୀ ଦିନରେ ଯୁବ ସଂଗଠନକୁ ସୁଦୃଢ କରି ଗଢି ତୋଳିବାର ସଂକଳ୍ପ ନେଇଥିଲେ । ଏହି ସମ୍ମିଳନୀରେ ଅନେକ ନୂଆ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳରେ ସାମିଲ କରାଯାଇଥିଲା । ଶେଷରେ ଯୁବ ସମ୍ମିଳନୀର ସଫଳ ସମାପନ ନିମନ୍ତେ ରାଜ୍ୟ ଯୁବ ସଭାପତି ରୁଚିର ରୁଦ୍ର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *