ପିପିଲି ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ପୁରୀ ଜିଲ୍ଲା ପିପିଲି ନିର୍ବାଚନ ମଣ୍ଡଳୀ ସ୍ଥିତ ୧୪ ନଂ ଜିଲ୍ଳା ପରିଷଦ ଅନ୍ତର୍ଗତ ଚାଇଁପୁର ଗ୍ରାମପଞ୍ଚାୟତ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ପଞ୍ଚାୟତର ବିଜୁ ଜନତା ଦଳ ସଭାପତି ଯୁଧିଷ୍ଟିର ପରିଡା, କଳ୍ପତରୁ ବରାଳ, ଲିଙ୍ଗରାଜ ବରାଳ, ରାଜୀବ ବାହିନୀପତି, ପ୍ରମୋଦ ମହାପାତ୍ର, ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ପରିଡା, ପୂର୍ବତନ ଜିଲ୍ଳା ପରିଷଦ ଛବିନ୍ଦ୍ର ଦାସ, ପଞ୍ଚାୟତର ସ୍ଵୟଂ ସହାୟକ ଗୋଷ୍ଠୀ ସଭାପତି ଭାରତୀ ଚମ୍ପତି, ସମ୍ପାଦିକା ମମତା ବରାଳ ଏବଂ କୋଷାଧ୍ୟକ୍ଷା ସୁନିତା ବଳୀୟାରସିଂ ତଥା ଦଳର କର୍ମକର୍ତ୍ତା ଏବଂ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମ ଅବସରରେ ସଂକିର୍ତ୍ତନ ଓ ଭଜନ ପରିବେଷଣ ହୋଇଥିବା ବେଳେ , ରାଜ୍ୟ ସହ ସମ୍ପାଦକ ରାଜେଶ ପଣ୍ଡା, ପୁର୍ବତନ କର୍ପୋରେଟର ତଥା ବିଜୁ ମହିଳା ଜନତା ଦଳ ର ଗଣମାଧ୍ୟମ ସଂଯୋଜିକା ମାନସୀ ସୁନ୍ଦରାୟ ଏବଂ ରାଜ୍ୟ ଯୁବ ଉପ ସଭାନେତ୍ରୀ ଜ୍ୟୋସ୍ନା ପରିଡା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ ।
ପିପିଲି ଚାଇଁପୁର ଠାରେ ବିଜୁ ବାବୁଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ।

