ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଆଉ ଦିନ କେତେଟା ପରେ ସାବିତ୍ରୀ ଅମାବାସ୍ୟା , ଏଥି ପୂର୍ବରୁ ବାହାର ରାଜ୍ୟର ଦଲାଲ୍ ବ୍ୟବସାୟୀ ମାନେ ଅଧିକ ସକ୍ରିୟ ! ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ! ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରେ ସପୁରୀ ପଣସର ଭୂମିକା ଅନନ୍ୟ । ବର୍ତ୍ତମାନ ପଡ଼ୋଶୀ ରାଜ୍ୟରେ ଏହାର ବଢୁଛି ଆଦର, ହେଲେ ନିଜ ଜିଲ୍ଲା ଗଜପତି ରେ ପଣସ ଚାଷୀ ହତାଦର । ଉପଯୁକ୍ତ ବଜାର ବ୍ୟବସ୍ଥା ଏବଂ ଶୀତଳ ଭଣ୍ଡାରର ଅଭାବ ଯୋଗୁଁ କ୍ଷତି ସହୁଛନ୍ତି ଆଦିବାସୀ ଚାଷୀ । କମ୍ ଦରରେ ବାହାର ରାଜ୍ୟର ବ୍ୟବସାୟୀମାନେ ପଣସ ବୋହି ନେଉଥିବା ବେଳେ ଅଧିକାରୀ ଚାଷୀଙ୍କ ମୁହଁ ଚାହୁଁନଥିବା ଅଭିଯୋଗ ହୋଇଛି । ଆଦିବାସୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ଜଙ୍ଗଲଜାତ ଦ୍ରବ୍ୟ ମଧ୍ୟରେ ସପୁରୀ ପଣସର ଭୂମିକା ଅନନ୍ୟ । ଗଜପତି ଜିଲ୍ଲାରୁ ବର୍ଷକୁ ପ୍ରାୟ ହଜାର ମେଟ୍ରିକ୍ ଟନ୍ ସପୁରୀ ପଣସ ଉତ୍ପାଦନ ହୋଇଥାଏ । ଗଜପତି ଜିଲ୍ଲା ର ତିନୋଟି ବ୍ଳକ ର ସମସ୍ତ ଗାଁରୁ ପ୍ରାୟ ହଜାର କୁଇଣ୍ଟାଲ ସପୁରୀ ପଣସ ବାହାରେ । ଦିନ ଥିଲା ଗଜପତି ର ସୁସ୍ୱାଦୁ ଜଙ୍ଗଲି ସପୁରୀ ପଣସ ସାରା ଓଡ଼ିଶାର ବଜାରକୁ ରପ୍ତାନି ହେଉଥିଲା । ଭୁବନେଶ୍ୱର ସମେତ ପଡ଼ୋଶୀ ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ବିହାର ଓ ମଧ୍ୟପ୍ରଦେଶର ବ୍ୟବସାୟୀଙ୍କ ଏହା ପ୍ରଥମ ପସନ୍ଦ । ବିଶେଷ କରି ଗଜପତି ର ସପୁରୀ ପଣସ ବହୁତ ସ୍ବାଦିଷ୍ଟ ତେଣୁ ଆନ୍ଧ୍ର ବ୍ୟବସାୟୀମାନେ ଶସ୍ତାରେ ଏହାକୁ କିଣି ନେଇ ନିଜ ଶୀତଳ ଭଣ୍ଡାରରେ ସାଇତି ରଖିଥାନ୍ତି । ପରେ ସେମାନେ ଅଧିକ ଦରରେ ବିକ୍ରି କରୁଛନ୍ତି । ମାତ୍ର ଗଜପତି ରେ ସପୁରୀ ପଣସ ବିକ୍ରି ପାଇଁ କୌଣସି ସୁବିଧା ନାହିଁ କି ଶୀତଳ ଭଣ୍ଡାର ମଧ୍ୟ ନାହିଁ । ଫଳରେ ନିଜ ଗାଁରୁ ଗାଡ଼ି ଭଡ଼ା କରି ଆଣିବା ପରେ ଚାଷୀ କିଲୋ ପ୍ରତି ମାତ୍ର ୫ ରୁ 12 ଟଙ୍କାରେ ବ୍ୟବସାୟୀଙ୍କୁ ବିକିବାକୁ ବାଧ୍ୟ ହେଉଛି । ଜିଲ୍ଲାର ରାୟଗଡ଼, ଆର୍ ଉଦୟଗିରି, ନୂଆଗଡ ବ୍ଲକ୍ରୁ ହଜାରହଜାର ଟନ୍ ରପ୍ତାନୀ ହୋଇଥାଏ । ଯାହା ଫଳରେ ବ୍ୟବସାୟୀ ମାନେ ମାଲାମାଲ୍ ହେଉଛନ୍ତି । ଏଥର ସାବିତ୍ରୀ ଅମାବାସ୍ୟା ପୃର୍ବରୁ ରୁ ଚାଷୀ ଙ୍କ ଘର ପାଖରେ ଦଲାଲ୍ ବ୍ୟବସାୟୀ ଙ୍କ ଗାଡି ଲାଗିଛି । ଟନ୍ ଟନ୍ ସପୁରୀ ପଣସ ଠକି କିଣି ନେଉଛନ୍ତି ବ୍ୟବସାୟୀ , ତେବେ ଦେଖିବାକୁ ବାକି ରହିଲା ଚାଷୀ ଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳୁଛି ତାକୁ ହିଁ ଅପେକ୍ଷା ।
ପଡ଼ୋଶୀ ରାଜ୍ୟରେ ଓଡ଼ିଶା ସପୁରୀ ପଣସର ଆଦର : ଗଜପତି ଜିଲ୍ଲାରେ ଆଦିବାସୀ ଚାଷୀଙ୍କୁ ମିଳୁନି ପ୍ରାପ୍ୟ !!!

