ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅଖିଳ ଉତ୍କଳ ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘ ଗଜପତି ଶାଖାର ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତ୍ତା ଚୟନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ତୁଷାରେନ୍ଦୁ ନାୟକ, ଜିଲ୍ଲା ସଭାପତି ଗୌରହରି ବେହେରା, ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘ ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମିଶ୍ର, ADVO ଡାକ୍ତର ଶ୍ରବଣ କୁମାର ଆଚାରି , ରାଜ୍ୟ ସାଧାରଣ ସମ୍ପାଦକ ଲଳିତେନ୍ଦୁ ଦଳାଇ ପ୍ରମୁଖ ମଞ୍ଚାସିନ ଥିଲେ । ପ୍ରଥମେ ପତାକା ଉତ୍ତୋଳନ କରାଯାଇଥିଲା , ପରେ ସଭାପତି ଗୌରହରି ବେହେରା ଙ୍କ ସଭାପତିତ୍ୱ ରେ ସାଧାରଣ ସଭା ଏବଂ ପରେ ଗଜପତି ଜିଲ୍ଲା ଶାଖା ସଂଘର କର୍ମକର୍ତ୍ତା ଚୟନ ହୋଇଥିଲା । ଜିଲ୍ଲା ସଭାପତି ଭାବେ ଗୌରହରି ବେହେରା ଚୟନ ହୋଇଥିବା ବେଳେ ଉପ ସଭାପତି ଶ୍ରୀ ଜଗନ୍ନାଥ ରଥ ଓ ୱାଇ ଧନଲକ୍ଷ୍ମୀ ଚୟନ ହୋଇଛନ୍ତି ସେହିପରି ଜିଲ୍ଲା ସମ୍ପାଦକ ଭାବେ ୱାଇ ଶ୍ୟାମ ସୁନ୍ଦରମ୍, ଯୁଗ୍ମ ସମ୍ପାଦକ ସାନମୁଖ ପାଲକା , କୋଷାଧ୍ୟକ୍ଷ ରାଜେଶ କୁମାର ପାଇକ , ସଂଗଠକ ପି କାର୍ତ୍ତିକ କୁମାର ପ୍ରମୁଖ ତିନି ବର୍ଷ ପାଇଁ ଚୟନ ହୋଇଛନ୍ତି ।

