ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିୟନ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭଦ୍ରକ ଠାରେ ଅନୁଷ୍ଠିତ ହୋଇଅଛି ! ସବୁ ଜିଲ୍ଲାର ସାମ୍ବାଦିକ ମାନେ ଉପସ୍ଥିତ ଥିଲେ. ଏହି ବୈଠକ ରେ ମୁଖ୍ୟ ଆଲୋଚନା ର ବିଷୟ ଥିଲା କିପରି ଭାବେ ସାମ୍ବାଦିକ ଙ୍କ ସୁରକ୍ଷା ଏବଂ ପେନସନ ଯୋଜନା କରାଯିବ ! ଆଗରୁ ବହୁତ ଆନ୍ଦୋଳନ ପରେ ବି ଆଜି ପର୍ଯ୍ୟନ୍ତ କିଛି କାର୍ଯ୍ୟକାରୀ ହେଇନାହିଁ. ଯଦି ସରକାର ଆମର ସର୍ତ୍ତ କୁ ଅଣଦେଖା କରନ୍ତି ଆମେ ଆମର ଆନ୍ଦୋଳନ କୁ ଜାରି ରଖିବୁ ବୋଲି ଉପସ୍ଥିତ ସଦସ୍ୟ ମାନେ ପ୍ରକାଶ କରିଛନ୍ତି ! ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି , କିଶନ ରାଉତ , ପରୀକ୍ଷିତ ବିଶ୍ୱାଳ , ସନ୍ତୋଷ ବିଶ୍ୱାଳ , ଆଚାର୍ଯ୍ୟ ବିଶ୍ୱରଂଜନ , ଦେବ ପ୍ରସାଦ ଦାସ , ଅମୁଲ୍ୟ ସ୍ୱାଇଁ , ରୁପେଶ ସାହୁ , ଋତୁରାଜ ବାବୁ , ରବୀନ୍ଦ୍ର ମହାକୁଡ଼ ପ୍ରମୂଖ ଉପସ୍ଥିତ ଥିଲେ !

