ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦେବଜାନୀ ସ୍ମାରକୀ ପାଠାଗାର ଓ ମହ୍ଲାର ନୃତ୍ୟସଂଗୀତ ବିଦ୍ୟାଳୟର ପ୍ରତିଷ୍ଠାତା ଶିଳ୍ପୀ ସାମ୍ବାଦିକ ରବି ମହାରଣାଙ୍କ ଧର୍ମପତ୍ନୀ ସୁନାମଧନ୍ୟା ସ୍ୱାସ୍ଥ୍ୟ ସେବିକା ସାହିତ୍ୟ ଅନୁରାଗିଣି ସମଗ୍ରବାଣପୁର ବାସୀଙ୍କ ଅତି ପରିଚିତ ଭାଉଜ ୰ପଦ୍ମାବତୀ ଦେବୀ ଙ୍କ ଏକାଦଶାହ ସ୍ମୃତିସଭା କଲେଜ ରୋଡ଼ର ନିଜ ବାସଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ସଂପାଦକ ବିଶିଷ୍ଟ ସାହିତ୍ୟିକ ବାଳମୁକୁନ୍ଦ ଦାସଙ୍କ ପୌରହିତ୍ୟରେ ଆୟୋଜିତ ଏହି ସ୍ମୃତି ସଭାରେ ନେହେରୁ ସେବା ସଂଘର ସମ୍ପାଦିକା ସରୋଜିନୀ ଦାଶ , ଏକତା ପରିଷଦ ଟ୍ରଷ୍ଟର ପ୍ରମୁଖ ସଂଧ୍ୟାଦେବୀ , କବି ପୁରୁଷୋତ୍ତମ ମହାପାତ୍ର, ରଙ୍କନାଥ ସେଠୀ, ଦିଗମ୍ବର ବିଶ୍ଵାଳ,ଶିକ୍ଷାବିତ ଡ଼ଃ ଚିନ୍ତାମଣି ମିଶ୍ର, ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି,ଶିଶିରକୁମାର ଦାସ, ଅଧ୍ୟାପକ ସର୍ବେଶ୍ୱର ଷଡ଼ଙ୍ଗୀ ଆନନ୍ଦଚନ୍ଦ୍ର ସେନାପତି, ରମେଶ କୁମାର ମହାପାତ୍ର, ବୈରାଗୀ ଚରଣ ବଳ, ମାଧବଚନ୍ଦ୍ର ବାରିକି, ଜୟକୃଷ୍ଣ ଦାସ, ବ୍ରଜକିଶୋର ଜେନା, ନାଟ୍ୟକାର ଭିକାରୀଚରଣ ପ୍ରଧାନ,ମହେଶ୍ୱର ଜେନା, ଗବେଷକ ମଦନ ମହାପାତ୍ର, ସମାଜସେବୀ ଦୁଷ୍ମନ୍ତ ହରିଚ଼ନ୍ଦନ, ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ଗୋପୀନାଥ ମହାରଣା, ଡାକ୍ତର ସୁରେନ୍ଦ୍ର କୁମାର ସାହୁ,ଗୋବିନ୍ଦ ଚନ୍ଦ୍ର ବେହେରା, ଜାମାତା ଅଭିରାମ ଟୁଡ଼ୁ, ଦୟାନିଧି ମହାରଣା,ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ଗାୟକ କଳାକାରପ୍ରଦୀପ କୁମାର ନନ୍ଦ, ଚ଼ିରଞ୍ଚି ପରୀଡ଼ା ଙ୍କ ସହିତ ବହୁ ସାମ୍ବାଦିକ, ସାହିତ୍ୟିକ, ଆଇନଜୀବି , ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଇଶ୍ୱରଙ୍କ ନିକଟରେ ନୀରବ ପ୍ରାର୍ଥନା କରି ବାଣପୁରର ସ୍ଵାସ୍ଥ୍ୟ ସେବା ସହିତ କଳା , ସାହିତ୍ୟ, ସଂସ୍କୃତି , ଏବଂ କନ୍ୟା ଦେବ ଜାନୀ ସ୍ମାରକୀ ପାଠାଗାର ଓ ମହ୍ଲାର କଳାନୁଷ୍ଠାନ ପ୍ରତିଷ୍ଠାରେ ତାଙ୍କର ଅବଦାନ ସଂପର୍କରେ ଆଲୋକପାତ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭାର ପ୍ରାରମ୍ଭରେ ଶିବପ୍ରସାଦ ମହାରଣା ଓ ସାଥୀଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା ବେଳେ ସୁଧାନନ୍ଦ ମହାରଣା ଗୀତାପାଠ , ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀବେଦପାଠ କରିଥିଲେ । ଚିତ୍ର ଶିଳ୍ପୀ ପୁର୍ଣ୍ଣଚନ୍ଦ୍ର ଜେନା ,ଦୀପକ ପ୍ରହରାଜ, ପ୍ରଗତୀ, ପ୍ରଣତୀ, ପ୍ରଭାତୀ ,ପିଙ୍କି ଓ ପରିବାରବର୍ଗଙ୍କ ସହଯୋଗରେ ଆୟୋଜିତ ଏହି ସ୍ମୃତି ସଭା ଶେଷରେ ତାଙ୍କର ମାନସ ସନ୍ତାନ ସାରସ୍ଵତ ଅନୁଷ୍ଠାନ ଦେବଦାନୀ ପାଠାଗାରକୁ ଅଧିକ କ୍ରିୟାଶୀଳ କରିବାକୁ ପରିବାରବର୍ଗଙ୍କୁ ଅନୁରୋଧ କରାଯାଇଥିଲା । ଭଣଜା ଆଇନଜୀବି ଶେଷ ଦେବ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।
ସୁନାମଧନ୍ୟା ସ୍ଵାସ୍ଥ୍ୟସେବିକା ପଦ୍ମାବତୀ ଦେବୀଙ୍କ ଏକାଦଶାହ ସ୍ମୃତିସଭା !!!

